ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଇଟାମାଟି ଥାନା ପଣ୍ଡୁସର କୁସୁମୀ ନଦୀରେ ଭାସି ଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତ ବ୍ୟକ୍ତି ରାମଚନ୍ଦ୍ରପୁରର କାଳିଆ ଗୁରୁ । ସେ ଆଜି ନଦୀରୁ ମାଛ ଧରିବାକୁ ଯାଇଥିଲେ । ଗୋଡ଼ ଖସି ଯିବାରୁ ନଦୀରେ ଭାସି ଯାଇଥିଲେ । ଖବରପାଇ ନୟାଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କର ମୃତଦେହ ଉଦ୍ଧାର କରିଥିବା ଜଣାଯାଇଛି ।






