ନୟାଗଡ଼,(ବାଘୁଆବାର୍ତ୍ତା): ନଦୀରେ ଗାଧୋଉଥିବା ବେଳେ ଘଟିଲା ଅଘଟଣ । ନଦୀଗଣ୍ଡରେ ବୁଡିଯାଇ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବ ଜଣାପଡିଥିବା ବେଳେ ଗ୍ରାମରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି । ଏଭଳି ଘଟଣା ଘଟିଛି ରସଲପୁର ଅଞ୍ଚଳରେ । ସୂଚନାନୁସାରେ, ଯାଜପୁର ଜିଲ୍ଲା ରସଲପୁର ବ୍ଲକ ଚିନ୍ତାପଲ୍ଲୀ ଗାଁ ନିକଟ ଦେଇ ବହିଯାଇଥିବା ଖରସ୍ରୋତା ନଦୀକୁ ଦୀନବନ୍ଧୁ ଚନ୍ଦ(୧୬) ଓ ଦିବାକର ଚନ୍ଦ(୧୮) ଦୁଇ ଭାଇ ଗାଧୋଇବାକୁ ଯାଇଥିଲେ । ନଦୀରେ ଗାଧୋଉଥିବା ସମୟରେ ଗଣ୍ଡରେ ଦୁଇ ଭାଇ ବୁଡିଯାଇଥିଲେ । ଯାହାଫଳରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି । ତେବେ ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ôଚ ମୃତ ଶରୀର ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ପଠାଇଥିବା ସୂଚନା ମିଳିଛି । ଦୁଇ ଭାଇଙ୍କ ଏଭଳି ମୃତ୍ୟୁରେ ଗାଁରେ ଶୋକାକୁଳ ପରିସ୍ଥିତ ଦେଖା ଦେଇଥିବା ଜଣାପଡିଛି ।






