Wednesday, February 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡିଶାରେ ଡ୍ରୋନ ଉଡାଣ ଉପରେ କଟକଣା

by ସଞ୍ଜୟ ସ୍ୱାଇଁ
May 10, 2025
in State
ଓଡିଶାରେ ଡ୍ରୋନ ଉଡାଣ ଉପରେ କଟକଣା
47
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଓଡିଶାରେ ଡ୍ରୋନ ଉଡାଣ ଉପରେ କଟକଣା । ସାରା ଦେଶରେ ଯୁଦ୍ଧ ସ୍ଥିତି ଥିବା ବେଳେ ସବୁ ଜାଗାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଭଳି ସ୍ଥିତିରେ ଓଡିଶାରେ ଡ୍ରୋନ ଉଡାଣ ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । କିଛି ଅଞ୍ଚଳରେ ଡ୍ରୋନ ନ ଉଡ଼ାଇବା ପାଇଁ ନୋ ଫ୍ଲାଇଂ ଜୋନ ଭାବେ ଘୋଷଣା କରାଯାଇଛି । ତେବେ କେଉଁଠି କାହିଁକି, କେଉଁ ପରିସ୍ଥିତିରେ ଡ୍ରୋନ ଉଡୁଛି, ତା ଉପରେ ନଜର ରଖାଯାଇଛି । ସରକାର ସଚେତନ ମୂଳକ ପଦକ୍ଷେପ ନେଉଛନ୍ତି । ଲୋକେ ବିଚଳିତ ହୁଅନ୍ତୁ ନାହିଁ । ବର୍ତ୍ତମାନ ବଡ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ପରିସ୍ଥିତିକୁ ଦେଖି ଆଗାମୀ ସମୟରେ ଅନ୍ଯ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହେବ । ସେହିଭଳି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସୁରକ୍ଷା ବଢାଯିବା ସହ ହୀରାକୁଦ ବନ୍ଦ ସୁରକ୍ଷା ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ମଧ୍ୟ ସୁରକ୍ଷା ଭିତରେ ଅଛି । ବଲାଙ୍ଗୀର, କୋରାପୁଟ ଆଦି ସ୍ଥାନରେ ଥିବା ଗୋଳାବାରୁଦ କାରଖାନାରେ ମଧ୍ଯ ସୁରକ୍ଷା ବଢ଼ା ଯାଇଛି । ଅତୀତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକଙ୍କ ଗତିବିଧି ଉପରେ ଓଡ଼ିଶା ପୋଲିସ ତୀକ୍ଷ୍ନ ନଜର ରଖିଛି ବୋଲି କହିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!