Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଶପଲ୍ଲାରେ ପାନୀୟ ଜଳର ଘୋର ଅଭାବ, ଅଧିକାଂଶ ପ୍ରକଳ୍ପ ଅଚଳ

by ସଞ୍ଜୟ ସ୍ୱାଇଁ
September 20, 2018
in Politics
23
VIEWS
Share on FacebookShare on Twitter

ଦଶପଲ୍ଲା (ବାଘୁଆବାର୍ତ୍ତା ବ୍ୟୁରୋ): ଦଶପଲ୍ଲା ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଲୋକଙ୍କୁ ସୁବିଧାରେ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ସରକାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି । ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡିରହିଛି । କେଉଁଠି ପାଇପ୍ ଫାଟେି ରହିଛି ତ କେଉଁଠି ଟ୍ୟାପ୍ଗୁଡିକ ଭାଙ୍ଗି ମାଟିରେ ମିଶିଗଲାଣି । ଏହା ସହିତ ଅଧିକାଂଶ ପାନୀୟ ଜଳ ପ୍ରକଳ୍ପକୁ ଏବେ ବିଦ୍ୟୁତ୍ ସଂଯୋଗ ନଥିବା ଜଣାପଡିଛି । ଏପରି ସ୍ଥିତିକୁ ନେଇ ଚଳିତ ବର୍ଷ ଦଶପଲ୍ଲା ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଦେଖାଦେଇଛି ପାନୀୟ ଜଳ ସଂକଟ । ଦଶପଲ୍ଲା ବ୍ଲକ୍ର ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଘୋଳାହାଣ୍ଡି, ମଦନପୁର, ଗୁରିଆବାରୀ, ମଧ୍ୟଖଣ୍ଡ ଗଉଡ ପଙ୍ଗାଳସାହି, ଖଇରା ପଙ୍କାଳସାହି, ଡିହଗାଁ, ଦିଣ୍ଡାଭୁଇଁ, ଦ୍ୱାରଗାଁ, ନଛିପୁର, ଘୁଗୁଡିପଡ଼ା, ଖମାରସାହି, ପୁରୁଣା ଦଶପଲ୍ଲା, ଜଉତା, ଭୋଗରା, କଇମ, ସିମିଳିସାହି, ତେଣ୍ଡାବାଡି, ସାକେଣୀ, ଗୋଛା, ଚଢେୟାପଲ୍ଲୀ, କଳସାଖମଣ, ନୂଆଗାଁ, ରୟତ ଓଡ଼ସର, ଶାଳିଆଗୋଚ୍ଛା, ରଙ୍ଗମାଟିଆ, ତୁମାଣ୍ଡି, ରଥିପୁର, ବୁଗୁଡା, କୁଲୁରୁକୁମ୍ପା, ଦୁର୍ଗାପ୍ରସାଦ, ବାଣିଗୋଛା, କୁଜାମେଣ୍ଢି, ଭୋଗବାଡ଼ି, ପୋଖରୀଗୋଛା, ଜାନିସାହି ଏବଂ ପୋଇବାଡ଼ି ଆଦି ସ୍ଥାନରେ ୩୭ଟି ପ୍ରକଳ୍ପ ନିର୍ମାଣ କରାଯାଇଥିବା ବେଳେ ଏବେ ଗୁଡ଼ବି ିଡା଼ ଓ  ବର୍ଦ୍ଧନପରୁ ରେ ୨ଟି ନୂତନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଦଶପଲ୍ଲା ବ୍ଲକର ଏହି ୩୭ଟି ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ପ୍ରକଳ୍ପ ଏବେ ଅଚଳ ହୋଇପଡ଼ିଛି । ମାତ୍ର ଏସବୁ ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ୱ ଏବେ ପଞ୍ଚାୟତ ଅଧିନରେ ଥିବା କହି ନିଜ ଦେହରୁ ଦୋଷ ଛଡ଼ାଇ ଚାଲିଛନ୍ତି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କତ୍ତୃର୍ପ କ୍ଷ । ଦଶପଲା୍ଲ ବ୍ଲକଟି ଏକ ଆଦିବାସୀ ବହୁଳ ତଥା ଅଧିକାଂଶ ପଞ୍ଚାତ ପାହାଡ଼ିଆ ହୋଇଥିବା ବେଳେ ଗାଁ ଗାଁରେ ଥିବା ଅଧିକାଂଶ ନଳକୂପ ମଧ୍ୟ ଏବେ ଅଚଳ ହୋଇପଡ଼ିଛି । କେଉଁ ନଳକୂଅରୁ ଫ୍ଲୋରାଇଡ୍ ପାଣି ବାହାରୁଛି ତ ପୁଣି କେଉଁ ନଳକୂଅରୁ ଲୁହାଗୁଣ୍ଡ ଏବଂ ନାଲିପାଣି ବାହାରୁଛି । ଗାଁ ଗାଁରେ ପାନୀୟ ଜଳ ସମସ୍ୟା ଲାଗିରହିଥିବା ବେଳେ ଗ୍ରାମବାସୀ ବ୍ଲକକୁ ଧାଇଁ ଧାଇଁ ନିରାଶ ହେବାକୁ ପଡ଼ୁଛି ।

ଏପରି ସ୍ଥଳେ ଲୋକ ଦେଖାଣିଆ ଭାବରେ ବ୍ଲକ ତରଫର ୁ ଗ୍ରାମଗୁଡ଼କି ର ନଳକପୂ ମରାମତି ପାଇଁ ଏକ ଗାଡ଼ି ବାହାରିତôବ । ଜଣାପଡିଛ଼ ି । ବଡ଼କଥା ହେଉଛି ଦଶପଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ଉପଖଣ୍ଡ କାର୍ଯ୍ୟାଳୟ ଅବସ୍ଥା ଏବେ ଦୟନୀୟ ହୋଇପଡ଼ିଛି । କାର୍ଯ୍ୟାଳୟରେ ଅଧିକାଂଶ ସମୟ ସହକାରୀ ନିର୍ବାହୀଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତି ହେତୁ ଜନସାଧାରଣ ସେମାନଙ୍କର ସମସ୍ୟା ସମ୍ପର୍କରେ ଜଣାଇବାକୁ ଆସି ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି । ଦଶପଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ଉପଖଣ୍ଡ କାର୍ଯ୍ୟାଳୟ ଅଧିନରେ ନୂଆଗାଁ ଏବଂ ଗଣିଆ ବ୍ଲକ ରହିଥିବା ବେଳେ କାର୍ଯ୍ୟାଳୟକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ କେବେ ଆସନ୍ତି ଓ କେବେ ଯାଆନ୍ତି ତାହା କେହି ଜାଣିପାରନ୍ତି ନାହିଁ । ପୂର୍ବରୁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ କୁମାର ଷଡଙ୍ଗୀଙ୍କ ଗତ ୩-୪ ମାସ ପୂର୍ବେ ଅନ୍ୟତ୍ର ବଦଳି ହୋଇ ସାରିଥିବା ବେଳେ ଏ ପର୍ଯ୍ୟନ୍ତ ଗୋଦାମ ଗୃହର ଦାୟିତ୍ୱ ହସ୍ତାନ୍ତର କରିନଥିବା କହିଛନ୍ତି ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ମଦନ କୁମାର ସିଂ । ଯାହାକୁ ନେଇ ଗତ ୩ମାସ ହେଲା କାର୍ଯ୍ୟାଳୟ ମଧ୍ୟରେ ଥିବା ଗୋଦାମ ଗୃହ ମଧ୍ୟରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି ।

ଏଥିସହିତ ଖରାଦିନେ ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଇବା ପାଇଁ ଯେଉଁ ପାଣି ଟାଙ୍କି ରହିଛି ତାହା ରକ୍ଷଣାବେକ୍ଷଣ ଅଭାବ ହେତୁ ଖତ ଖାଉଥିବା ବେଳେ ମରାମତି ପାଇଁ ରହିଥିବା ଟ୍ୟାଙ୍କର୍ଟି ଦୀର୍ଘବର୍ଷ ଧରି ଖତ ଖାଉଛି । ଏଥିସହିତ କାର୍ଯ୍ୟାଳୟର ଜିପ୍ଟି ଦୀର୍ଘଦିନ ଧରି ଗ୍ୟାରେଜ୍ରେ ପଡ଼ିଥିବା ବେଳେ ଦଶପଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ଉପଖଣ୍ଡ କାର୍ଯ୍ୟାଳୟ ଏବେ ଆଦୌ କୌଣସି କାର୍ଯ୍ୟ କରୁନଥିବା ଜଣାପଡ଼ିଛି । ଚଳିତବର୍ଷ ଦଶପଲ୍ଲା ବ୍ଲକର ବିଭିନ୍ନ ଗ୍ରାମରେ ଦେଖା ଦେଉଥିବା ପାନୀୟ ଜଳ ସଂକଟକୁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!