Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘୫ଟି ଅଭିଯାନ’ ଅଧୀନରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ ମିସନ’ ପୁରୀରେ ଆରମ୍ଭ

by ସଞ୍ଜୟ ସ୍ୱାଇଁ
October 2, 2021
in State
‘୫ଟି ଅଭିଯାନ’ ଅଧୀନରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ ମିସନ’ ପୁରୀରେ ଆରମ୍ଭ
47
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ‘୫ଟି ଅଭିଯାନ’ ଅଧୀନରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ ମିସନ’ ପୁରୀରେ ଆରମ୍ଭ ହୋଇଛି। ଏଥିରେ ଟ୍ୟାପ୍‌ରୁ ୨୪ ଘଣ୍ଟିଆ ଜଳ ଯୋଗାଣ ହେଉଛି। ଏଭଳି ଏକ ସଫଳତା ହାସଲ କରିବାରେ ପୁରୀ ଦେଶର ପ୍ରଥମ ସହର ହୋଇଥିବା ବେଳେ ଅନ୍ତର୍ଜାତୀୟ ସହର ଲଣ୍ଡନ, ନ୍ୟୁୟର୍କ, ସିଙ୍ଗାପୁର ଓ ଟୋକିଓର ସମକକ୍ଷ ହୋଇପାରିଛି। ଏହି ପଦକ୍ଷେପ ଫଳରେ ପୁରୀରୁ ବାର୍ଷିକ ୪ଶହ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ହ୍ରାସ ପାଇବ। ଏହାକୁ ଆଗାମୀ ଦିନରେ ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ସମେତ ୧୭ଟି ସହରକୁ ସଂପ୍ରସାରଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଦେଶରେ ଆଜି ଅମୃତ ୨.୦ ଓ ଏସ୍‌ବିଏମ୍‌ ୨.୦ର ଶୁଭାରମ୍ଭ ହୋଇଛି। କାର୍ୟ୍ୟକ୍ରମରେ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ। ଭର୍ଚୁଆଲ ମୋଡରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟର ସହରାଞ୍ଚଳରେ ବାସ କରୁଥିବା ସମସ୍ତ ପରିବାରକୁ ସ୍ବଚ୍ଛ ଓ ନିରାପଦ ଟ୍ୟାପ୍ ପାଣି ଯୋଗଣ ଓ ଅବର୍ଜନାମୁକ୍ତ ସହର ପାଇଁ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହି ଆସିଛି। ରାଜ୍ୟରେ ୨୦୧୫ ମସିହାରେ ଅମୃତ ମିସନ ଆରମ୍ଭ ହେବା ପରେ ରାଜ୍ୟର ୯ଟି ସହରରେ ପାଣି ଯୋଗାଣ ଓ ସେପ୍ଟେଜ୍ ପରିଚାଳନାରେ ବିଶେଷ ଅଗ୍ରଗତି ହୋଇଛି। ଏଥିପାଇଁ ୧୬ ଶହ କୋଟି ଟଙ୍କାର ନିବେଶ କରାଯାଇଛି। ଅମୃତ ଯୋଜନାର ସଫଳ ରୂପାୟନ ପାଇଁ ଗତ ୩ବର୍ଷ ଧରି ଓଡ଼ିଶା ଜାତୀୟ ସ୍ତରରେ ପ୍ରଥମ ସ୍ଥାନରେ ରହି ଆସୁଛି। ଏ ପର୍ୟ୍ୟନ୍ତ ୧୧୪ଟି ସହରରରୁ ୨୭ଟିରେ ଶତ ପ୍ରତିଶତ ଘରକୁ ପାଣି ସଂଯୋଗ ହୋଇପାରିଛି। ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ଭୁବନେଶ୍ବର ଏକମାତ୍ର ଓ ପ୍ରଥମ ସହର ହୋଇପାରଛି। ତେବେ ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ସମସ୍ତ ସହରକୁ ଶତ ପ୍ରତିଶତ ସଂଯୋଗ ଲକ୍ଷ୍ୟ ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅମ୍ରୁତ ମିସନ ଅଧୀନରେ ପୁରୀ ସମତେ ୯ଟି ସହରରେ ମଳ ପରିଚାଳନା(ଏଫ୍‌ଏସ୍‌ଏମ୍‌) କାର୍ୟ୍ୟକାରୀ ହୋଇଥିବା ବେଳେ ପ୍ରତିଷ୍ଠା ହୋଇଥିବା କୋ-ଟ୍ରିଟମେଣ୍ଟ ସୁବିଧା ଦେଶରେ ସ୍ବୀକୃତି ହାସଲ କରିଛି। ତେବେ ଅମୃତ ସହର ବାଦ୍ ରାଜ୍ୟର ଅନ୍ୟ ସହରଗୁଡ଼ିକୁ ମଧ୍ୟ ଏହା ସମ୍ପ୍ରସାରିତ ହୋଇଛି। ଏବେ ମିସନ ଶକ୍ତିଙ୍କ ଜରିଆରେ ୫୫ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ରାଜ୍ୟରେ ପରିଚାଳିତ ହେଉଛି। ତେବେ ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ୧୧୪ ସହରରେ ଶତ ପ୍ରତିଶତ ମଳ ପରିଚାଳନା ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାର ଅମୃତ ୨.୦ ଓ ଏସ୍‌ବିଏମ୍ ୨.୦ ଯୋଜନାର ଆରମ୍ଭ କରିଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ସମସ୍ତ ସହଯୋଗ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!