ଓଡ଼ଗାଁ, (ବାଘୁଆବାର୍ତ୍ତା): ସମଗ୍ର ଶିକ୍ଷା ଅଭିଯାନ ଦ୍ୱାରା ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସରକାର ଙ୍କ ତରଫରୁ ମାଗଣା ପୋଷାକ ପ୍ରଦାନ କରାଯାଉଛି। ଆଜି ସରକାରୀ ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁ ର ୮୯ ଜଣ ଓ ବ୍ଳକ୍ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁ ର ୯୬ ଜଣ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କୁ ପୋଷାକ ଏବଂ ଜୋତା ବଣ୍ଟନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ,ସମ୍ମାନିତ ଅତିଥି ରୂପେ ଓଡ଼ଗାଁ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ତ୍ରିଲୋଚନ ସାମନ୍ତରାୟ,ପ୍ରଧାନ ଶିକ୍ଷକ ନବକିଶୋର ପାଣିଗ୍ରାହୀ, ସଂଯୁକ୍ତା ଦେଈ ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀମତୀ ପଦ୍ମିନୀ ଶତପଥୀ,ମନୋଜ ସାହୁ ଏବଂ କମିଟିର ସମସ୍ତ ସଭ୍ୟା ସଭ୍ୟ ଉପସ୍ଥିତ ଥିଲେ।କରୋନା ପ୍ରଭାବରେ ବିଦ୍ୟାଳୟ ନ ଖୋଲିବା ଯୋଗୁଁ ଅନ୍ ଲାଇନ୍ ପାଠପଢା, ରେଡ଼ିଓ ପାଠଶାଳା,ଦୂରଦର୍ଶନ ରେ ଦିଆଯାଉଥିବା ଶିକ୍ଷା ଉପରେ ଛାତ୍ର ଛାତ୍ରୀ ଙ୍କୁ ଗୁରୁତ୍ୱ ଦେବା ପାଇଁ ଅତିଥି ମାନେ ବକ୍ତବ୍ୟ ରେ ଅଭିଭାବକ ମାନଙ୍କୁ ଜଣାଇଥିଲେ।ଉକ୍ତ କାର୍ୟ୍ୟକ୍ରମ କୁ ରଶ୍ମିତା କର,କୃଷ୍ଣପ୍ରିୟା ପଟ୍ଟନାୟକ,ମଣିମାଳା ପାଣିଗ୍ରାହୀ,ରଞ୍ଜୁଲତା ଦାଶ,କଳ୍ପନା ସାହୁ ସହଯୋଗ କରିଥିଲେ।






