Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ୟାମେରା ସାମନାକୁ ଫେରିଲେ ଡ୍ରିମ ଗ୍ୟାର୍ଲ ଈଶା

by ସଞ୍ଜୟ ସ୍ୱାଇଁ
July 8, 2021
in Lifestyle, NATIONAL NEWS
କ୍ୟାମେରା ସାମନାକୁ ଫେରିଲେ ଡ୍ରିମ ଗ୍ୟାର୍ଲ ଈଶା
142
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ପୁଣି ଥରେ କ୍ୟାମେରା ସାମନାକୁ ଫେରିବେ ଡ୍ରିମ୍‌ ଗାର୍ଲ ହେମା ତନୟା ଈଶା ଦେଓଲ। ଦୀର୍ଘ ଦିନ ଧରି ଗ୍ଲାମର ଦୁନିଆରୁ ଦୂରେଇ ଘର ସଂସାରରେ ବ୍ୟସ୍ତ ଥିବା ଈଶା ଏଥର ପୁଣି ଆକ୍ସନ ମୁଡକୁ ଚାଲି ଆସିଛନ୍ତି। ଏଥର ଦ୍ୱିତୀୟ ଇନିଙ୍ଗସ୍‌ ଆରମ୍ଭ କରିବେ ଈଶା । ଏବେ ସେ ବଲିଉଡର ସିଂଘମ ଅଜୟ ଦେବଗନଙ୍କ ହିରୋଇନ୍‌ ପାଲଟିବେ । ଏଥର କିନ୍ତୁ ବଡ଼ ପରଦାରେ ନୁହେଁ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରି ନିଜ ଜଲୱା ଈଶା । ଅଜୟଙ୍କ ଅପକମିଙ୍ଗ ୱେବ ଶୋ’ ‘ରୁଦ୍ର: ଦ ଏଜ ଅଫ୍‌ ଡାର୍କନେସ୍‌’ରେ ଅଜୟଙ୍କ ଅପୋଜିଟରେ ସ୍କ୍ରିନ୍‌ ଶେଆର କରିବେ ଈଶା। ସୋଶାଲ ମିଡିଆରେ ଈଶା ନିଜେ ଏହି ଖବର ଘୋଷଣା କରିଛନ୍ତି। ଈଶା ଲେଖିଛନ୍ତି-“ ‘ରୁଦ୍ର: ଦ ଏଜ ଅଫ୍‌ ଡାର୍କନେସ୍‌’ରେ ମୁଁ ଡିଜିଟାଲ ପ୍ଲାଟଫର୍ମରେ ପାଦ ଥାପିବି। ଏହା ଏକ ୱେବ ସିରିଜ । ମୋର ବହୁ ଫିଲ୍ମର ହିରୋ ଅଜୟ ଦେବଗନ ଏଥିରେ ବି ମୋର କୋ-ଷ୍ଟାର ଭୂମିକାରେ ଅଭିନୟ କରିବେ।” ‘ରୁଦ୍ର: ଦ ଏଜ ଅଫ୍‌ ଡାର୍କନେସ୍‌’ ଏକ କ୍ରାଇମ୍‌-ଡ୍ରାମା ସିରିଜ ହୋଇଥିବା ବେଳେ ଅଜୟ ଏଥିରେ ଜଣେ ପୁଲିସ୍‌ ଅଫିସର ଭୂମିକାରେ ନଜର ଆସିବେ। ଏହି ଶୋ’ର ପ୍ରୋମୋ ଆସି ସାରିଥିବା ବେଳେ ଏଥିରେ ଅଜୟଙ୍କ ଦମଦାର ଲୁକ୍‌କୁ ଦର୍ଶକ ବେଶ୍‌ ପ୍ରଶଂସା କରୁଛନ୍ତି। ଅଜୟ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରୁଦ୍ରର ପୋଷ୍ଟର ପୋଷ୍ଟ କରିଛନ୍ତି। ଏହାପୂର୍ବରୁ ଅଜୟ ପ୍ରଡ୍ୟୁସର ହିସାବରେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରି ସାରିଥିବା ବେଳେ ଏଥର ନିଜ ଆକ୍ସନର ଜଲୱା ଦେଖାଇବେ । ଏହା ପୂର୍ବରୁ ଅଜୟଙ୍କ ପ୍ରଡକ୍ସନ ହାଉସ୍‌ର ଫିଲ୍ମ ‘ତ୍ରିଭଙ୍ଗ’ ଓ ‘ଦି ବିଗ୍‌ ବୁଲ୍‌’ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହୋଇ ସାରିଛି। ଈଶା୨୦୦୨ ମସିହାରେ ‘କୋଇ ମେରେ ଦିଲ୍‌ ସେ ପୁଛେ’ ଫିଲ୍ମରେ ବଲିଉଡ ଡେବ୍ୟୁ କରିଥିଲେ। ଏହାପରେ ସେ ‘ନା ତୁମ୍‌ ଜାନୋ ନା ହମ୍‌’, ‘କ୍ୟା ଦିଲ୍‌ ନେ କହା’, ‘କୁଛ ତୋ ହେ’, ଚୁରା ଲିଆ ହେ ତୁମନେ, ଧୁମ୍‌, ୟୁବା, କାଲ, ମେ ଏସା ହି ହୁଁ, ନୋ ଏଣ୍ଟ୍ରି, କ୍ୟାଶ୍‌, ଆଖେଁ ଆଜି ଫିଲ୍ମରେ ଅଭିନୟ କରି ସାରିଛନ୍ତି। ଈଶା ବ୍ୟବସାୟୀ ଭରତ ତଖତାନୀଙ୍କୁ ବିବାହ କରିଥିବା ବେଳେ ସେମାନଙ୍କର ୨ କନ୍ୟା ସନ୍ତାନ ଅଛନ୍ତି। ଏଥର ନିଜ ଆକ୍ଟିଂ ଦ୍ୱାରା ଈଶା ଦର୍ଶକଙ୍କ ଦ୍ୱାରା କେତେ ଆଦୃତ ହୋଇପାରୁଛନ୍ତି, ତାହା ଆଗକୁ ଜଣାପଡ଼ିବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!