Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବରିଷ୍ଠ ନାଗରିକ ମାନେ ସମାଜର ଅମୂଲ୍ୟ ସମ୍ପଦ: ଅରୁଣ

by ସଞ୍ଜୟ ସ୍ୱାଇଁ
July 23, 2021
in Nayagarh, State
ବରିଷ୍ଠ ନାଗରିକ ମାନେ ସମାଜର ଅମୂଲ୍ୟ ସମ୍ପଦ: ଅରୁଣ
214
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ଅଧିବେଶନରେ ନିଜ ନିଜ ଘରେ ରହି ନୟାଗଡ଼ ସହରର ଶତାଧିକ ବରିଷ୍ଠ ନାଗରିକ, ପରସ୍ପରକୁ ଦେଖି, ଶୁଣି ପାରିଥିବାରୁ ଖୁସି ବ୍ୟକ୍ତ କରିଥିଲେ । ସଂଘର ସଭାପତି ଶ୍ରୀ କୁବେର ସାହୁ ସଭାରେ ସଭାପତିତ୍ୱ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ମୂଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ବରିଷ୍ଠ ନାଗରିକ ମାନଙ୍କୁ ସମାଜର ଅମୂଲ୍ୟ ମାନବ ସମ୍ବଳ ଭାବେ ବିବେଚନା କରିବା ଉଚିତ ବୋଲି କହିଥିଲେ, “ସେମାନଙ୍କର ଆଶୀର୍ବାଦର ଚମତ୍କାରୀ ପ୍ରଭାବ କେବଳ ଅନୁଭବ କରିହୁଏ କହି ହୁଏ ନାହିଁ”, ଏକାଠି ବସିବା, ଦୁଃଖ ସୁଖ ବାଣ୍ଟିବା ବହୁତ ବଡ଼ କଥା ହୋଇଥାଏ କହିବା ସହିତ ସମସ୍ତଙ୍କର ସୁସ୍ଥତା ଦୀର୍ଘ ଜୀବନ କାମନା କରିଥିଲେ । ଗତ କରୋନା କାଳରେ ଆମ ମାନଙ୍କ ଠାରୁ ବିଦାୟ ନେଇଥିବା ସମସ୍ତ ଗୁରୁଜନ ମାନଙ୍କ ପାଇଁ ଅମର ଆତ୍ମାଙ୍କର ଶାନ୍ତି କାମନା କରିବା ସହ, ବରିଷ୍ଠ ନାଗରିକ ମଞ୍ଚର ମହିଳା ଶାଖାଟିଏ ମଧ୍ୟ ଖୋଲିବା ଆବଶ୍ୟକ ବୋଲି ମତ ରଖିଥିଲେ । ଉକ୍ତ ବୈଠକରେ ବରିଷ୍ଠ ରୋଟାରିଆନ ପ୍ରମୋଦ ପଟ୍ଟନାୟକ, ଗୋଦାବରୀ ସାହୁ, ବେଣୁଧର ସାହୁ, ନିରଞ୍ଜନ ନାୟକ, ଗୋପାଳ ଚନ୍ଦ୍ର ନାୟକ ନିଜର ମତ ରଖିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସଂଗଠକ, ସମାଜସେବୀ ଶ୍ରୀଯୁକ୍ତ ହରିହର ମିଶ୍ର, ମନ୍ତ୍ରୀ ମହୋଦୟଙ୍କୁ ଆଶୀର୍ବାଦ ଦେବା ସହିତ, ନୟାଗଡ଼ର ବିକାଶରେ ଯାହାକିଛି ଭୂମିକା ନିର୍ବାହ କରିବାକୁ ହେବ, ସେମାନେ କରିବେ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ । ଦୁଇଘଣ୍ଟା ଅବଧିର ଏ ଆଲୋଚନା ସଭାରେ ବର୍ଷୀୟାନ ସମାଜସେବୀ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!