ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ର ସଫଳ ଚାଷୀ, ନାଟ୍ୟ କଳାକାର ତଥା ନାଟ୍ୟଗୁରୁ, ଶିକ୍ଷା ପ୍ରେମୀ, ସମାଜସେବୀ ତଥା ଅନେକ ସମ୍ମାନର ଅଧିକାରୀ ଭିକ୍ଷାକାରୀ ମହାପାତ୍ରଙ୍କ ଦେହାନ୍ତରେ ଗଭୀର ମର୍ମାହତ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାର ପ୍ରତି ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ସମବେଦନା ଜଣାଇଛନ୍ତି ।






