ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଆଜି ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷାର ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ପଦବୀ ଦୀର୍ଘ ଦିନ ହେବ ଖାଲି ପଡ଼ିଥିବା ବେଳେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ଦାୟିତ୍ୱରେ ରହୁଥିଲେ । ମାତ୍ର ଜିଲ୍ଲା ଶିକ୍ଷା ଅଧିକାରୀ ସ୍ୱେଚ୍ଛାକୃତ ଅବସର ପରେ ଏହା ଖାଲି ପଡ଼ିଥିବା ବେଳେ ଆଜି ଖୋର୍ଦ୍ଧା ଶିକ୍ଷା ଅଧିକାରୀଙ୍କୁ ନୟାଗଡ଼ ଦାୟିତ୍ୱ ଦିଆ ଯାଇଥିବା ବେଳେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରାଉତ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି ।






