Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡବଲ ଏନକାଉଣ୍ଟର ଘଟଣା, ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମର ଯାଞ୍ଚ

by ସଞ୍ଜୟ ସ୍ୱାଇଁ
April 4, 2025
in Crime, State
ଡବଲ ଏନକାଉଣ୍ଟର ଘଟଣା, ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମର ଯାଞ୍ଚ
73
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ଡବଲ ଏନକାଉଣ୍ଟରରେ ଗୁରୁତର ବିହାରୀ ଲୁଟେରା ସୋନୁ ଯାଦବ ଓ ମନୀଷ ଯାଦବଙ୍କୁ ଏନକାଉଣ୍ଟର ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ କ୍ରାଇମ ସ୍ପଟ ବାଙ୍କୁଆଳ ନଦୀ ପଠାରେ ପଡିଛି ଦୁଇ ବନ୍ଧୁକ, ଗୁଳି, ଲୁଟରେ ବ୍ୟବହୃତ ବ୍ୟାଗ ଓ କଳା ରଙ୍ଗର ପଲସର ଗାଡି। ଯେଉଁଠି ପହଁଚି ଛାନଭିନ ଆରମ୍ଭ କରିଛି ସାଇଣ୍ଟିଫିକ ଟିମ। ପାରିପାର୍ଶ୍ବିକ ପରିସ୍ଥିତିକୁ ଯାଞ୍ଚ କରିଛନ୍ତି। ଗତକାଲି ରାତି ପ୍ରାୟ ୧୦ଟା ପରେ ବଡଗଡ଼ ଥାନା ଅନ୍ତର୍ଗତ ବାଙ୍କୁଆଳ ନଦୀ ପଠାରେ ଏନକାଉଣ୍ଟର ହୋଇଥିବା ବେଳେ ଅପରାହ୍ନରେ ଏହି ଗାଡି ଆଚାର୍ଯ୍ୟ ବିହାର ଛକ ଅତିକ୍ରମ କରିଥିଲା। ବିନା ହେଲମେଟ ଯୋଗୁଁ ଗାଡ଼ିରେ ୧ ହଜାର ଟଙ୍କାର ଫାଇନ କଟିଛି । ତେବେ ଏହି ଗାଡି ମଧ୍ୟ ଚୋରା ବୋଲି ଜଣାପଡିଛି। ଅଭିଯୁକ୍ତ ମାନେ ଗତ ମାର୍ଚ୍ଚ ୨୦ ତାରିଖରେ ଭୁବନେଶ୍ୱର ଆସିଥିଲେ। ୪ ଟି ଛିନତାଇ କରିଥିଲେ। । ସମ୍ପୃକ୍ତ ୨ ଜଣଙ୍କୁ ଧରିବାକୁ ଦୀର୍ଘଦିନ ହେବ ଯୋଜନା କରୁଥିଲା ପୋଲିସ । ଗୁଇନ୍ଦା ସୂଚନାକୁ ଆଧାର କରି ଜାଲ ବିଛାଇଥିଲା ପୋଲିସ । ଉଭୟ ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ୨୦ ମାର୍ଚ୍ଚରେ ଭୁବନେଶ୍ୱର ସମେତ ପୁରୀରେ ଲୁଟ କରି ପୁଣି ବିହାର ଚାଲିଯାଇଥିଲେ। ଏହା ପରେ ପୁଣି ରାଜଧାନୀ ଆସି ବଡ଼ଗଡ଼ ଅଞ୍ଚଳରେ ପୁଣି ଲୁଟ୍ କରିବାକୁ ପ୍ରସ୍ତୁତ ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଧରିବାକୁ ଉଦ୍ୟମ ଵେକେ ପୋଲିସକୁ ଗୁଳିମାଡ଼ କରିଥିଲେ। ଏହାର ଜବାବରେ ପୋଲିସ ଏନକାଉଣ୍ଟର କରିଥିଲା। ପୋଲିସ ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ ଜବତ କରିଛି ପୋଲିସ। ଅନ୍ୟ କାହାରି ସମ୍ପୃକ୍ତି ରହିଛି ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!