ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଅନାଥଙ୍କ ପାଇଁ ସାହାର୍ଯ୍ୟର ହାତ ବଢ଼ାଇଛି ଆସ୍କନ ଏଡ । ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ଉପସ୍ଥିତିରେ ସଂସ୍ଥାର ଆସୋସିଏଟ ଡାଇରେକ୍ଟର ଦେବବ୍ରତ ପାତ୍ର, ପୋଗ୍ରାମ ମ୍ୟାନେଜର ଘାଷିରାମ ପଣ୍ଡା ଅସ୍କିମିଟର, ମାସ୍କ, ଥର୍ମାଲ ସ୍ମାନର, ଥର୍ମୋମିଟର ପ୍ରଭୃତି ଯୋଗାଇ ଦେଇଛନ୍ତି । ଅନାଥ ଶିଶୁମାନଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାଯାଇଛି । ଏଥିରେ ଡିସିପିଓ ଉପେନ୍ଦ୍ର ନାଥ ବଡ଼ଜେନା ଏବଂ ଶିଶୁ ସୁରକ୍ଷା ଅଧିକାରୀ ସତ୍ୟରଞ୍ଜନ ଦାଶ ଉପସ୍ଥିତି ରହିଥିଲେ ।





