ନୟାଗଡ଼, (ବାଘୁଆବାର୍ତ୍ତା): ନର୍ସକୁ ଇଲୁ ଇଲୁ କରି ଡାକ୍ତର ଘାଇଲା ହୋଇଛି । ନର୍ସ କଥାକୁ ମାନି ଡାକ୍ତର ଜଣକ ନର୍ସ ଜଣକ ପାଇଁ କାର କିଣି ଦେଇଥିଲେ । ସେଥିପାଇଁ ଡାକ୍ତର ଜଣକ ପ୍ରତିମାସରେ କିସ୍ତି ଭରି ଭରି ଅଣାୟତ ହେବା ବେଳେକୁ ନର୍ସ ଜଣକ ବ୍ଲାକ୍ ମେଲିଂ କରିବା ଆରମ୍ଭ କରିଦେଲା । ଏହି ଘଟଣା ଡାକ୍ତରଙ୍କ ପତ୍ନୀ ଜାଣିବା ପରେ ନିଆଁ ବାଣ ହୋଇଗଲେ । ସ୍ୱାମୀକୁ ଗାଳି ନଦେଇ ସାହାସ ଦେଇ ଉକ୍ତ ନର୍ସ ବିରୋଧରେ ସ୍ୱର ଉତ୍ତୋଳନ କଲେ । ଉଭୟ ସ୍ୱାମି ସ୍ତ୍ରୀ ଯାଇ ଜଗତସିଂହପୁର ଥାନାରେ ପହଞ୍ôଚ ନର୍ସ ସଂପର୍କରେ ଅଭିଯୋଗ କରିଥିଲେ । ସୂଚନାନୁସାରେ, କଟକ ମଙ୍ଗଳାବାଗ ଥାନା ଅଧିନରେ ରିଂ ରୋଡରେ ଡାକ୍ତର ଜଣକ ସପରିବାର ସହିତ ରହୁଥିଲେ । ୨୦୧୩ରେ ଡାକ୍ତର ଜଣକ ଢେଙ୍କାନାଳ ରେ ବିବାହ ଅନୁଷ୍ଠିତ ହୋଇଥିଲା । ବିବାହ ଭୋଜି କଟକର ଏକ ପ୍ରତିଷ୍ଠିତ ହୋଟେଲରେ ଆୟୋଜନ କରାଯାଇଥିଲା । ଉକ୍ତ ବିବାହ ଭୋଜିକୁ ନର୍ସ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ପୂର୍ବରୁ ଡାକ୍ତର ଜଣକ ଏକ ନର୍ସିଂ ହୋମରେ କାର୍ଯ୍ୟ କରୁଥିବା ବେଳେ ନର୍ସ ମଧ୍ୟ ସେଠି କାମ କରୁଥିଲା । ବିବାହର ଦୁଇ ବର୍ଷ ପରେ ନର୍ସ ଜଣକ ଚତୁରତାର ସହିତ ଡାକ୍ତରଙ୍କୁ ପ୍ରେମ ଜାଲରେ ଫସାଇଥିଲା । କୌଣସି ଦୁର୍ବଳ ସମୟର ଫାଇଦା ଉଠାଇ ସଂପୃକ୍ତ ନର୍ସ ଡାକ୍ତରଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ । ନର୍ସ ଜଣକ କିଛି ଭିଡିଓ କ୍ଲିପିଂ ଓ ଫଟୋ ଛାଡି ବଦନାମ କରିଥିଲେ । ବ୍ଲାକ୍ ମେଲିଂ କରି କାର ଠାରୁ ଆରମ୍ଭ କରି ସୁନାଗହଣା ଲୁଟି ନେଇଥିବା ଓ ଜୀବନରୁ ମାରିଦେବାକୁ ଧମକ୍ ଦେଇଥିବାରୁ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ଡାକ୍ତରଙ୍କ ପତ୍ନୀ ।





