ଓଡ଼ଗାଁ(ବାଘୁଆବାର୍ତ୍ତା): ସ୍ୱାସ୍ଥ୍ୟ ସେବାରେ ନିଜର ଜୀବନ ଉତ୍ସର୍ଗ କରିଥିବା ଡାକ୍ତରଙ୍କ କାର୍ୟ୍ୟକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ । ମାନବ ଜୀବନ ବଞ୍ଚାଇବା ପାଇଁ ସ୍ୱାସ୍ଥ୍ୟ ସେବାରେ ଥିବା ଡାକ୍ତରଙ୍କ କାର୍ୟ୍ୟକୁ ସଲାମ କରେ ଏହି ଦିନ । ତେବେ ଗତ ଗୋଟିଏ ବର୍ଷରୁ ଅଧିକ ସମୟ ଧରି କୋରୋନା ମହାମାରୀ ସହ ଲଢ଼ୁଥିବା ଡାକ୍ତରଙ୍କ ପାଇଁ ଗୋଟିଏ ଦିନ ଯଥେଷ୍ଟ ହେବ ନାହିଁ । ଆଜି ଆଞ୍ଚଳିକ ବିକାଶ ପରିଷଦ,ଓଡ଼ଗାଁ ପକ୍ଷରୁ ସଭାପତି ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ଡାକ୍ତର ବଳରାମ ପ୍ରଧାନ, ଡାକ୍ତର ନିଳାଞ୍ଜଳ ଦାସ ଏବଂ ଡାକ୍ତର ଭାଗିରଥି ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ସହ କୋଭିଡ ମହାମାରି ସମୟରେ ସେମାନଙ୍କର କାର୍ୟ୍ୟକ୍ରମକୁ ଉଚ୍ଚ ପ୍ରସଂଶା ମଧ୍ୟ କରିଥିଲେ । ସଂଗଠନର ସକ୍ରିୟ ସଦସ୍ୟ ସମ୍ପାଦକ ବରେନ୍ଦ୍ର କୁମାର ନନ୍ଦ, ରବୀନ୍ଦ୍ର କୁମାର ପଣ୍ଡା, ଅଜୟ ମହାନ୍ତି ଏବଂ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ





