ନୟାଗଡ଼, (ବାଘୁଆବାର୍ତ୍ତା): ଝିଅକୁ ଟିଉସନ୍ କରିବାକୁ ଆସିଥିଲା। ଛାତ୍ରୀର ବାପା ଠାରୁ ଟଙ୍କା ଧାର୍ ନେଲା। ପରବର୍ତ୍ତୀ ସମୟରେ ଟଙ୍କା ମାଗିବାରୁ ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ଧମକ ଦେଇଛି ଜଣେ ଡାକ୍ତରୀ ଛାତ୍ର। ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଏନେଇ ଛାତ୍ରୀ ବାପା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ନୟାଗଡ଼ର ଜଣେ ଯୁବକ ଆର୍ଥିକ ପରିସ୍ଥିତି ଶୋଚନୀୟ ଥିବାରୁ ଭୁବନେଶ୍ୱର ଜଣଙ୍କ ଘରେ ପାଠ ପଢ଼଼ାଉଥିଲେ। ସେ ମେଧାବୀ ଛାତ୍ର ହୋଇଥିବା ବେଳେ ଡାକ୍ତରୀ ପାଠ ପଢ଼଼ିବାକୁ ଆଗ୍ରହୀ ଥିଲେ। ମାତ୍ର ଆର୍ଥିକ ଅନଟନ ଥିବାରୁ ଛାତ୍ରୀଙ୍କ ବାପାକୁ କିଛି ଟଙ୍କା ମାଗିଥିଲେ। ପରେ ଛାତ୍ରୀଙ୍କ ବାପା ୪ବର୍ଷରେ ୨୦ ଲକ୍ଷ ଟଙ୍କା ଛାତ୍ରଙ୍କ ପିଛା ଖର୍ଚ୍ଚ କରିଥିଲେ। ଏପରିକି ଫୋନ୍, ଲାପଟପ୍ ଆଦି ଛାତ୍ରୀଙ୍କ ବାପା କିଣିକି ଦେଇଛି। ଆଉ ପର୍ୟ୍ୟାୟକ୍ରମେ ଟଙ୍କା ଶୁଝିଦେବ ବୋଲି ଛାତ୍ର ଜଣକ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଟଙ୍କା ମାଗିବାରୁ ଡାକ୍ତରୀ ପଢ଼଼ୁଥିବା ଛାତ୍ର ରାଗି ଯାଇଥିଲା। ଝିଅର ଗାଧୁଆ ସମୟର ଫଟୋ ଭାଇରାଲ କରିବାକୁ ବାପାକୁ ଧମକ ଦେଇଥିଲା।





