ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ୱରରେ ୨୩ ତମ ଶିଶୁ ସଂକ୍ରାମକ ରୋଗ ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଛି । ଭାରତୀୟ ଶିଶୁରୋଗ ବିଶେଷଜ୍ଞ ଏକାଡେମୀ ଓଡ଼ିଶା ଶାଖା ପକ୍ଷରୁ ସଭାପତି ତଥା ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନୀଳମାଧବ ଜେନା ଙ୍କ ପୌରହିତ୍ୟ ରେ ଏହି କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ସମଗ୍ର ଦେଶରୁ୨୫୦ ଜଣ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ମାନେ ଏହି ଦୁଇ ଦିନିଆ ସମ୍ମିଳନୀ ରେ ଯୋଗ ଦେଇଛନ୍ତି । ଶିଶୁ ମାନଙ୍କ ମଧ୍ୟ ରେ ଦେଖାଦେଉଥିବା ରୋଗର ଆଦ୍ୟ ନିରୂପଣ ଏବଂ ଉପଚାର ଓ ଏହାର ଅତ୍ୟାଧୁନିକ ଚିକିତ୍ସା ଉପରେ ବିଶଦ ଆଲୋଚନା ହୋଇଛି। ଆଣ୍ଟି ବାୟୋଟିକ ଅପବ୍ୟବହାର କାରଣ ଓ ନିରାକରଣ ଆଜିର ଆହ୍ଵାନ ଥିମ୍ ନେଇ ଏହି ସମ୍ମିଳନୀ ଆୟୋଜିତ ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛି ଏକାଡେମୀ ।ଏହି ସମ୍ମିଳନୀ ରେ ଜାତୀୟ ଚେୟାରପର୍ଶନ ଡାକ୍ତର ବାଲ୍ ସୁବ୍ରମନୀୟମ, ଓଡ଼ିଶା ଶାଖା ର ପରିଚାଳନା ସମ୍ପାଦକ ଡାକ୍ତର ଗୋପବନ୍ଧୁ ନନ୍ଦ , ଡାକ୍ତର ମୃତ୍ୟୁଞ୍ଜୟ ଦାସ, ସୁସୃତ୍ ଦାସ, ଆଶୁତୋଷ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।






