ଓଡ଼ଗାଁ,(ବାଘୁଆବାର୍ତ୍ତା): ଓଡ଼ଗାଁ ଏନଏସି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଅଛି ।ଛାତ ଉପରୁ ଖସି ପଡି ଆୟୁଷ ଡାକ୍ତର ଗୁରୁତର ହୋଇଥିବା ଜଣାପାରିଛି ।ଗୁରୁତର ଆୟୁଷ ଡାକ୍ତରଙ୍କ ନାମ ଜର୍ଜ ସତ୍ୟବ୍ରତ ସାହୁ (୩୪) ଅଟେ । ଓଡ଼ଗାଁ ଗୁପ୍ତମଠ ସାହି ନିଜସ୍ୱ ଘର ହୋଇଥିବା ବେଳେ ଆଜି ସନ୍ଧ୍ୟା ସମୟରେ ଛାତ ଉପରେ ଅସାବଧାନତାବଶତଃ ଖସି ପଡ଼ିଥିଲେ ।ସ୍ଥାନୀୟ ଯୁବକମାନଙ୍କ ସହାୟତାରେ ତାଙ୍କୁ ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।






