ଭୁବନେଶ୍ବର (ବାଘୁଆବାର୍ତ୍ତା): ଭେଲ୍ଟା ଭାଇରସ୍ ମୁକାବିଲାରେ କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ସଫଳ । ବୟସ୍କଙ୍କୁ ତୃତୀୟ ଡୋଜ ବୁଷ୍ଟର୍ ଆବଶ୍ୟକ ନେଇ ଆଇସିଏମ୍ଆର୍ କହିନାହିଁ। ସ୍ବାଇନ୍ ଫ୍ଲୁ ବେଳେ ନୋଜାଲ ସ୍ପ୍ରେ ଦିଆଯାଉଥିଲା। କରୋନା ରୋଗୀଙ୍କୁ ନୋଜାଲ ସ୍ପ୍ରେ ନେଇ ଚାଲିଛି ଗବେଷଣା। ଏନେଇ ଡିଏମ୍ଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୨୫୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୪୧୭୨ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୪୭୮୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୨୩୧୯୧୯୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।





