ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହାରାଷ୍ଟ୍ର ଓ କେରଳ ଫେରନ୍ତାଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ କଡ଼ା ନଜର ରଖିଛି । ସେଠାରୁ ଆସୁଥିବା ଲୋକଙ୍କ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଂଟ ଉପରେ ରାଜ୍ୟ ସରକାର ଅଧିକ ଫୋକସ୍ କରିଛନ୍ତି । ମହାରାଷ୍ଟ୍ର ଓ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ଓ ନୂଆ ମ୍ୟୁଟାଂଟ ଦେଖାଦେଇଛି । ଏହି ଦୁଇ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ବିଭିନ୍ନ ଜିଲ୍ଲାର ଅଙ୍ଗନବାଡ଼ି, ଆଶା ଦିଦି ଓ ସର୍ଭେଲାନ୍ସ କରୁଥିବା ଟିମକୁ ନିର୍ଦ୍ଦେଶ ଦିଆଯାଇଥିବା ଡିଏମ୍ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି । କେବଳ ରାଜ୍ୟ ସରକାର ନୁହନ୍ତି, କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ନେବାକୁ ସେ ମତ ରଖିଛନ୍ତି ।






