Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଂସଦରୁ ବିଧାୟିକା ହେଲେ ରାଜସ୍ଥାନ ରାଜପରିବାରର ରାଜକୁମାରୀ

by ସଞ୍ଜୟ ସ୍ୱାଇଁ
December 3, 2023
in NATIONAL NEWS, Politics
ସାଂସଦରୁ ବିଧାୟିକା ହେଲେ ରାଜସ୍ଥାନ ରାଜପରିବାରର ରାଜକୁମାରୀ
188
VIEWS
Share on FacebookShare on Twitter

ରାଜସ୍ଥାନ, (ବାଘୁଆବାର୍ତ୍ତା) : ରାଜସ୍ଥାନ ଜୟପୁରର ବିଦ୍ୟାଧର ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଫଳାଫଳ ଆସିଛି । ଏଠାରେ ରାଜ ପରିବାରର ରାଜକୁମାରୀ ଦୀୟା କୁମାରୀ ବହୁ ଭୋଟରେ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ବରିଷ୍ଠ ନେତା ସୀତାରାମ ଅଗ୍ରୱାଲଙ୍କୁ ପରାଜିତ କରିଛନ୍ତି । ଦୀୟା କୁମାରୀଙ୍କୁ ୧,୫୮,୫୧୬ ଟି ଭୋଟ ମିଳିଥିବା ବେଳେ କଂଗ୍ରେସର ସୀତାରାମଙ୍କୁ ୮୭,୧୪୮ ଖଣ୍ଡ ଭୋଯ ମଳିଛି । ୨୦୧୩ ମସିହାରେ ସବାଇମାଧପୁର ଆସନରୁ ଦୀୟା କୁମାରୀ ପ୍ରଥମେ ବିଜେପି ଟିକେଟରୁ ବିଧାୟକ ହୋଇଥିଲେ । ହେଲେ ୨୦୧୯ ଲୋକସଭା ନିର୍ବାଚନରେ ସେ ସାଂସଦ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପ୍ରଥମେ ବିଧାୟକରୁ ସାଂସଦ ଓ ପରେ ପୁଣି ସାଂସଦରୁ ବିଧାୟିକା ହୋଇଛନ୍ତି ଦୀୟା କୁମାରୀ । ନିଜର ସୁନ୍ଦରତା ଓ ଉତ୍ତମ ବୁଝାମଣା ପାଇଁ ଚର୍ଚ୍ଚାରେ ଥିବା ରାଜକୁମାରୀ ଦୀୟାଙ୍କ ରାଜନୈତିକ କ୍ୟାରିଅର ବେଶ୍ ସୁନ୍ଦର । ସେ ୨୦୧୩ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହାପରେ ବିଜେପି ତାଙ୍କୁ ସବାଇମାଧପୁର ଆସନରୁ ବିଧାୟକ ପ୍ରାର୍ଥୀ କରିଥିଲା ଓ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୧୯ ଲୋକସଭା ନିର୍ବାଚନରେ ସେ ରାଜସମନ୍ଦ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କେବଳ ସାଂସଦ ନୁହେଁ ସେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପ୍ରଦେଶ ପ୍ରଭାରୀ ମଧ୍ୟ ଥିଲେ । ରାଜନୀତି ବ୍ୟତୀତ ସେ ନିଜର ଏକ ଏନଜିଓ ଚଳାଉଛନ୍ତି । ଏହାସହ ତାଙ୍କ ନିକର ସ୍କୁଲ ଓ ହୋଟେଲ ବ୍ୟବସାୟ ମଧ୍ୟ ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!