Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରି ହତ୍ୟା ଘଟଣା

by ସଞ୍ଜୟ ସ୍ୱାଇଁ
April 22, 2025
in Crime, State
୧୯୨ ଜଣ ନିଖୋଜ ଶିଶୁ, ମହିଳା, ପୁରୁଷ ଉଦ୍ଧାର
181
VIEWS
Share on FacebookShare on Twitter

ନାବାଳକ ସମେତ ୫ ଜଣଙ୍କୁ ଗିରଫ

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଚଡ଼େୟାପଲ୍ଲୀ ଗ୍ରାମରେ ଗତ ଜାନୁୟାରୀ ମାସ ୨୦ ତାରିଖରେ ଅନୁଷ୍ଠିତ ତାରିଣୀ ଯାତ୍ରାରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ଉକ୍ତ ଯୁବକ ହେଲେ ପଞ୍ଚରିଡ଼ା ମାନପୁର ଗ୍ରାମର ପରମାନନ୍ଦ ବାଘ । ତାଙ୍କୁ ଗୁରୁତର ଅବସ୍ଥାରେ ଶରଣକୁଳ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା । ସେଠାରୁ ଭୁବନେଶ୍ୱର ସମ ହସ୍ପିଟାଲ ଓ ପରେ କଟକ ସମ ହସ୍ପିଟାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ସୂଚନାନୁସାରେ, ଜାନୁୟାରୀ ୨୦ ତାରିଖ ଦିନ ଚଡ଼େୟାପଲ୍ଲୀ ଗ୍ରାମ ତାରିଣୀ ଯାତ୍ରାକୁ ପରମାନନ୍ଦ ଏବଂ ତାଙ୍କ ଭଉଣୀ ଏକ ସ୍କୁଟିରେ ବୁଲିବାକୁ ଯାଇଥିଲେ । ଗାଁ ମୁଣ୍ଡ ପାଖରେ ସ୍କୁଟି ରଖି ଯାତ୍ରା ଦେଖିବା ସମୟରେ ହଠାତ୍ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ଏହା ପରେ ତାଙ୍କୁ ଟେକି ନେଇ ପଞ୍ଚାୟତ ଅଫିସ ନିକଟରେ ନିର୍ଦ୍ଧ୍ୱମ ମାଡ଼ ମାରିଥିଲେ । ଏହାକୁ ନେଇ ଅଭିଯୋଗ ଆଧାରରେ ଶରଣକୁଳ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ନୟାଗଡ଼ ଆରକ୍ଷୀ ଅଧିକ୍ଷକ ନିର୍ଦ୍ଦେଶକ୍ରମେ ଶରଣକୁଳ ପୁଲିସ ଏବଂ ନୟାଗଡ଼ ଟାଉନଥାନା ପୁଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ନୟାଗଡ଼ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ଏହାର ନେତୃତ୍ୱ ନେଇଥିଲେ । ପୁଲିସ ଟିମ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ୪ ଜଣଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତମାନେ ହେଲେ ଚଡ଼େୟାପଲ୍ଲୀ ଗ୍ରାମର କାହ୍ନୁଚରଣ ବିଶ୍ୱାଳ, ସୋନୁ ନିଗମ, ରତିକାନ୍ତ ମନ୍ତ୍ରୀ, ଶଙ୍କର ଚୈାଧୁରୀ । ଏମାନଙ୍କ ସହ ଜଣେ ନାବାଳକକୁ ଗିରଫ କରାଯାଇଥିବା ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!