Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗୀତା : ଶ୍ରେଷ୍ଠ ବିଜେତାଙ୍କୁ ମିଳିବ ୧୧ ହଜାର ଟଙ୍କା ଓ ‘ନୟାଗଡ଼ ସଙ୍ଗୀତ କଲୋଳ’ ଉପାଧି

by ସଞ୍ଜୟ ସ୍ୱାଇଁ
October 16, 2023
in Feature News
ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗୀତା : ଶ୍ରେଷ୍ଠ ବିଜେତାଙ୍କୁ  ମିଳିବ ୧୧ ହଜାର ଟଙ୍କା ଓ ‘ନୟାଗଡ଼ ସଙ୍ଗୀତ କଲୋଳ’ ଉପାଧି
115
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାର ପ୍ରମୁଖ ସଙ୍ଗୀତ ଅନୁଷ୍ଠାନ ‘ସଙ୍ଗୀତଧାରା’ ଏବଂ ‘ନୟାଗଡ଼ ନାରିକ ମଞ୍ଚ’ ମିଳିତ ଅନୁକୁଲ୍ୟରେ ରବିବାର ସନ୍ଧ୍ୟାରେ ପୁରୁଣା ସହରସ୍ଥିତ ବଡ଼ମଠ ପରିସରରେ ନାଟ୍ୟଭୂଷଣ ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଏକ ପ୍ରତିଭା ଅନ୍ୱେଷଣ କାର‌୍ୟ୍ୟକ୍ରମ ଆଧାରରେ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗୀତାର ଆୟୋଜନ କରାଯିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ଜିଲ୍ଲାର ସମସ୍ତ ୮ଟି ବ୍ଲକ ଏବଂ ପୌରାଞ୍ଚଳକୁ ନେ୍‌ଇ ପର‌୍ୟ୍ୟାୟ କ୍ରମେ ବିଭିନ୍ନ ସ୍ଥାନରେ ୧୪ରୁ ୨୪ବର୍ଷ ପର‌୍ୟ୍ୟନ୍ତ ପ୍ରତିଯୋଗୀମାନଙ୍କ ପାଇଁ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଆଗାମୀ ଜାନୁଆରୀ ମାସରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଶ୍ରେଷ୍ଠ ବିଜେତାଙ୍କୁ ନଗଦ ୧୧ହଜାର ଟଙ୍କା ସ୍ମାରକୀ ଏବଂ ‘ନୟାଗଡ଼ ସଙ୍ଗୀତ କଲୋଳ-୨୦୨୪’ଉପାଧିରେ ଭୂଷିତ କରାଯିବ । ଦ୍ୱିତୀୟ ବିଜେତାଙ୍କୁ ୫ହଜାର ଏବଂ ତୃତୀୟ ବିଜେତାଙ୍କୁ ୩ହଜାର ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯିବ । ଆଲୋଚନାରେ ଅଂଶ ଗ୍ରହଣ କରି ନୟାଗଡ଼ ନାଗରିକ ମଞ୍ଚସଭାପତି ତଥା ସଙ୍ଗୀତଧାରା ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ,ସମ୍ପାଦକ ଲକ୍ଷ୍ମୀଧର ସାହୁ,ଉପସଭାପତି ନିର୍ମଳ ଶୂରଦେଓ,ସୂରଗନ୍ଧର୍ବ ନବକିଶୋର ମିଶ୍ର,ନାଟ୍ୟଗୁରୁ ପ୍ରଭାତ ଦାଶ, ଦାମୋଦର ସାହୁ,ବସନ୍ତ କୁମାର ମିଶ୍ର,ଶେଖ ଅବଦୁଲ ଖାଲିକ,ରାଜେନ୍ଦ୍ର ପାଣିଗ୍ରାହୀ,ପ୍ରଶାନ୍ତ ଦାସ,ମିଷ୍ଟର କାଳିଆ,ପ୍ରଦୀପ୍ତ ରଥ,ରଜନୀକାନ୍ତ ମହାପାତ୍ର,ବିଜୟାନନ୍ଦ ମହାପାତ୍ର,ରଂଜନରଶ୍ମି ଜେନା,ଅଶୋକ ମଲ୍ଲ,ଅମୀୟ କର,ପ୍ରଦ୍ୟୁମ୍ନ ନନ୍ଦ ପ୍ରମୁଖ ଆଲେଚନାରେ ଅଂଶ ଗ୍ରହଣ କରି ଗଠନମୂଳକ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ । ସଙ୍ଗୀତଧାରର ବିଭିନ୍ନ କାର‌୍ୟ୍ୟକ୍ରମକୁ ସଫଳ କରିବା ନିମନ୍ତ ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!