ନୟାଗଡ଼, (ବାଘୁଆବାର୍ତ୍ତା): ନିରୀହ ଶିଶୁଙ୍କ ମୁହେଁ ହସ ଫୁଟାଇବା ସାଇ ସିଦ୍ଧି ଫାଉଣ୍ଡେସନ ପରିବାର ର ନିଆରା ପ୍ରୟାସ ଆଜି ସକାଳ 9 ଘ ସମୟ ରେ ସେବା, ସ୍ଵତନ୍ତ୍ର ବିଦ୍ୟାଳୟର ସମସ୍ତ ଭିନ୍ନକ୍ଷମ ପିଲାମାନଙ୍କ ସହ ସମୟ କାଟିବା ସହ ଶିକ୍ଷଣ ସାମଗ୍ରୀ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ ଅଧକ୍ଷ ସାଇ ଶୁଭମ, ବିଶ୍ୱଜିତ୍ ପତି, ଉପାଧ୍ୟକ୍ଷ ସ୍ବାଧୀନ ସାହୁ,ସ୍ବାଗତ ସାହୁ,ତାପସ ସାହୁ,ଶୁଭାଷିସ ନାୟକ,ମହାବୀର ପ୍ରଧାନ, ଏବଂ ସ୍ଵତନ୍ତ୍ର ବିଦ୍ୟାଳୟର ଅଧକ୍ଷ ବୈକୁଣ୍ଠ ନାଥ ମହାପାତ୍ର ସମସ୍ତ ଶିକ୍ଷକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।






