Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

by ସଞ୍ଜୟ ସ୍ୱାଇଁ
April 24, 2026
in Nayagarh
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”
38
VIEWS
Share on FacebookShare on Twitter

  ନୟାଗଡ, (ବାଘୁଆବାର୍ତ୍ତା): “ଆସ ଜାଣିବା ଆମ ବଜେଟ” ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ସୃଜନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଝାଡେଶ୍ୱର ଦାସ ଏବଂ ବିଶେଷଜ୍ଞ ଭାବେ ଅଟୋନମସ କଲେଜର ଅଧ୍ୟାପକ(ଅର୍ଥନୀତି) ଆଶୁତୋଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । କର୍ମଶାଳାର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଶୁଭାରମ୍ଭ କରାଯାଇଥିଲା। ଏହି କର୍ମଶାଳାର ପ୍ରାରମ୍ଭରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରାରମ୍ଭିକ ଭାଷଣ ରଖିଥିଲେ। ଅଟୋନମସ କଲେଜର ଅଧ୍ୟାପକ ଆଶୁତୋଷ ମିଶ୍ର ୨୦୨୬-୨୭ରେ ବଜେଟ ଉପରେ ପ୍ରକାଶିତ ସମସ୍ତ ତଥ୍ୟକୁ ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ, ଯଥା – ଓଡ଼ିଶା ପାଇଁ କେନ୍ଦ୍ରୀୟ ବଜେଟରେ  ରେଲୱେ ପ୍ରୋଜେକ୍ଟ ପାଇଁ ୧୦୯୨୮କୋଟି ଟଙ୍କା ଆବଣ୍ଟନ ହୋଇଛି ଯାହା ଓଡିଶା ରାଜ୍ୟର ଭିତ୍ତିଭୂମି ଏବଂ ଶିଳ୍ପର ଅଭିବୃଦ୍ଧି ଦିଗରେ ସହାୟକ ହେବ । ବାର୍ଷିକ ବଜେଟ ୨୦୨୬-୨୭ର କେନ୍ଦ୍ରବିନ୍ଦୁ ହେଉଛି ଗରିବ, ଯୁବ, ଅନ୍ନଦାତା ଏବଂ ନାରୀଶକ୍ତି (GYAN) । ଏହି ବଜେଟ ବିକଶିତ ଓଡିଶା ପାଇଁ ଭିଜନ-୨୦୩୬ ଏବଂ ୨୦୪୭ କୁ ସାକାର କରିବା ଦିଗରେ ଏକ ଦୃଢ ଏବଂ ସଂକଳ୍ପ ବଦ୍ଧ ପଦକ୍ଷେପ । ଏହି ବଜେଟ ପୂର୍ବ-ପଶ୍ଚିମ ମାଲବାହି କରିଡର ଲୋଜିସ୍ଟିକ ବ୍ୟବସ୍ଥାକୁ ସୁଧାରିବ ଏବଂ ଶିଳ୍ପ କ୍ଲଷ୍ଟରକୁ ପ୍ରମୁଖ ବଜାର ସହ ଯୋଡିବ । ଜାତୀୟ ଜଳପଥ -୫ ର ବିକାଶ ତାଳଚେର, ଅନୁଗୁଳ, ପାରାଦ୍ୱୀପ ଏବଂ ଧାମରା ମଧ୍ୟରେ ଆନ୍ତରିକ ଜଳ ପରିବହନକୁ ସୁଦୃଢ କରିବ ଏବଂ ବନ୍ଦର ଆଧାରିତ ଉନ୍ନତିକୁ ସମର୍ଥନ କରିବ। ଗରିବ ମାନଙ୍କ ପାଇଁ ମଧୁବାବୁ ପେନସନ ଯୋଜନା/ବାର୍ଦ୍ଧକ୍ୟ, ଭତ୍ତା/ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା/ଆଦିବାସୀ ମାନଙ୍କ ପାଇଁ ଧରିତ୍ରୀ ଆଵା ଜନଜାତିୟ ଗ୍ରାମ ଉତକର୍ଷ ଅଭିଯାନ/ଜନ ଆଶ୍ରୟ ଭବନ/ଅନ୍ତ୍ୟୋଦୟ ଗୃହ ଯୋଜନା/ବସୁଧା ଯୋଜନା ଆଦି ଏହି ବଜେଟରେ ସାମିଲ କରାଯାଇଛି। ସେହିପରି  ଯୁବବର୍ଗଙ୍କ ପାଇଁ ଖେଳ/ଶିକ୍ଷା ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ/ଗୋଦାବରୀଶ ମିଶ୍ର ମୋଡେଲ ସ୍କୁଲ ପ୍ରୋଗ୍ରାମ/ଭିଭି ଜି ରାମ ଜି ଯୋଜନା/ଡାଲଖାଇ ସ୍କିମ ଆଦି
ଯୋଜନା ଏହି ବଜେଟରେ ସାମିଲ କରାଯାଇଛି । ଅନ୍ନଦାତାଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା/ସିଏମ କିଷାନ ଯୋଜନା/ଶ୍ରୀଅନ୍ନ ଅଭିଯାନ ଆଦି ଯୋଜନା ଏହି ବଜେଟ ରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ନାରୀ ମାନଙ୍କ ପାଇଁ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୃଷ୍ଟି ଯୋଜନା, ସମୃଦ୍ଧ ଅଙ୍ଗନବାଡି ଯୋଜନା, ମମତା ଯୋଜନା, ପିଏମ ପୋଷଣ ଯୋଜନା, ମିଶନ ଶକ୍ତି ଆଦି ଯୋଜନା ଏହି ବଜେଟରେ ସାମିଲ କରାଯାଇଛି । ବିଶେଷ କରି ନୟାଗଡ଼ ଜିଲ୍ଲା ପାଇଁ ଏକ ଓଡିଶା ଫାର୍ମା ପାର୍କ ଓ ହୋମିଓପାଥି ମେଡିକାଲ କଲେଜର ସ୍ଥାପନା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ବିଧାୟକ କର୍ମଶାଳାରେ ଉଦବୋଧନରେ କହିଲେ ଯେ ଆମେ ବଜେଟ ବିଷୟରେ ଜାଣିବା ଦରକାର । ସମସ୍ତ ବିଭାଗୀୟ ଅଧିକାରୀ ମାନେ ଜାଣିଲେ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇପାରିବେ । ଜିଲ୍ଲା ପରିଷଦ ଅଧକ୍ଷ କହିଲେ ଯେ ଯେଉଁ ରାଜ୍ୟର ବିତ୍ତିୟ ଶୃଙ୍ଖଳା ଯେତେ ଭଲ ସେ ଦେଶ ସେତିକି ଉନ୍ନତ । ଆଗରୁ କିଛି କିଛି ଲୋକ ଟ୍ୟାକ୍ସ ଦେଉଥିଲେ, ଏବେ ସମସ୍ତେ ଟିକସ ଦାତା ଅଟନ୍ତି। ସରକାରଙ୍କ ୩ ଲକ୍ଷ ୧୦ ହଜାର କୋଟିର ବଜେଟ ଏକ ବଡ ବଜେଟ । ସରକାରଙ୍କ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସ୍ୱାଗତ ଯୋଗ୍ୟ । ଜିଲ୍ଲାପାଳ ମଧ୍ୟ ଏହି କର୍ମଶାଳାର ଆଭିମୁଖ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସେହିପରି ଉପ-ଜିଲ୍ଲାପାଳ ବଜେଟର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଏହି କର୍ମଶାଳାରେ ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ବିଡ଼ିଓ, ଅଙ୍ଗନବାଡିର ସିଡିପିଓ, ଲାଇନ ବିଭାଗୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧିମାନେ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଧନ୍ୟବାଦ ପ୍ରଦାନ କରି ସଭାପତିଙ୍କ ଅନୁମତି କ୍ରମେ ସଭା ସାଙ୍ଗ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!