Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦୁସ୍ଥ ଅସହାୟ ଙ୍କ ଆଶା ବାଡ଼ି

by ସଞ୍ଜୟ ସ୍ୱାଇଁ
January 20, 2025
in Nayagarh, State
ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦୁସ୍ଥ ଅସହାୟ ଙ୍କ ଆଶା ବାଡ଼ି
208
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ, ଦୁସ୍ଥ ଅସହାୟ, ନିରlଶ୍ରୟ, ଅବହେଳିତ, ବୃଦ୍ଧବୃଦ୍ଧା ଙ୍କ ର ଆଶାବାଡ଼ି ଭାବେ କାର୍ଯ୍ୟ କରିବ ବୋଲି ଉପସ୍ଥିତ ଶତାଧିକ ବରିଷ୍ଠ ନାଗରିକ ମାନେ ସଙ୍କଳ୍ପ ନେଇଛନ୍ତି । ବାଉଁଶିଆ ପଡା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ଆୟୋଜିତ ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚ ର ନବମବାର୍ଷିକ ସାଧାରଣ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେଯୋଗ ଦେଇ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ମଞ୍ଚ ର ଆଭିମୁଖ୍ୟ ଏବଂ ଲକ୍ଷ୍ୟ ସମ୍ପର୍କିତ ଆଲୋଚନା ରେ ପରିବାର ର ବରିଷ୍ଠ ମାନେ ଅଲୋଡ଼ା ଅଦରକାରୀ କିମ୍ବା ଅନ୍ୟ ଉପରେ ବୋଝ ନୁହନ୍ତି, ବରଂ ସେମାନଙ୍କ ଅନୁଭୁତି, ଅଭିଜ୍ଞତା ଉତ୍ତରପିଢ଼ି ପାଇଁ ପ୍ରେରଣା ଦାୟକ ବୋଲି ମତ ରଖିଥିଲେ । ନିଃସଙ୍ଗ, ଅସହାୟ ଙ୍କ ସେବାଯତ୍ନ ଦେବା ସେମାନଙ୍କ ଘରକୁ ଯାଇ ଆଳାପ ଆଲୋଚନା କରି ସମୟ କଟାଇବା, ଡାକ୍ତରୀ ଚିକିତ୍ସା ଉପଲବ୍ଧ କରାଇବା, ଆମୋଦ ପ୍ରମୋଦ ପାଇଁ ବିଭିର୍ନ ସ୍ଥାନ, ବୁଲାଇନେବା, ଏବଂ ସର୍ବୋପରି, ଜିଲ୍ଲା ବରିଷ୍ଠ ନାଗରିକମଞ୍ଚ, ଦୁସ୍ଥ, ଅସହାୟ,ବରିଷ୍ଠ ଙ୍କର ଆଶାବାଡ଼ି ଭାବେ କାର୍ଯ୍ୟ କରିବ ବୋଲି ଏକ ସମର୍ପିତ ସ୍ୱର ରେ ଉପସ୍ଥିତ ସମସ୍ତ ସଭ୍ୟ ପ୍ରକାଶ କରିଥିଲେ । ବାଉଁଶିଆପଡା ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଆଦର୍ଶ ଶିକ୍ଷକ, ରଘୁନାଥ ନାୟକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସଭାରେ ସମ୍ପାଦକ ବୈକୁଣ୍ଠ ନାଥ ଦାସ, ନିତ୍ୟାନନ୍ଦ ରାଉତରାୟ ତ୍ରିନାଥ ନାୟକ ଏବଂ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର ସମ୍ପାଦକ ଦୁର୍ୟୋଧନ ସାହୁ ପ୍ରମୁଖ ବରିଷ୍ଠ ନାଗରିକ ମାନେ ଦୟାର ପାତ୍ର ନୁହନ୍ତି ବୋଲି ମତବ୍ୟକ୍ତ କରିବା ସଙ୍ଗେସଙ୍ଗେ ଜିଲ୍ଲା ମଞ୍ଚର ସ୍ୱତନ୍ତ୍ର ଅଧିବେଶନ ମାର୍ଚ୍ଚ ମାସରେ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ପରିଶେଷରେ ଆବାହକ ତ୍ରିନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!