ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ମୁତୟନକୁ ନେଇ ଟଣା ଓଟରା ଲାଗିରହିଛି । ଗୋଟିଏ ପକ୍ଷ ଟେଣ୍ଡର ପ୍ରକ୍ରିୟାରେ ଚଞ୍ଚକତା ହୋଇଥିବା ନେଇ ଅଭିଯୋଗ ଆଣିଥିବା ବେଳେ ଅନ୍ୟ ଗୋଟିଏ ପକ୍ଷ ଅଭିଯୋଗ କରି ବଦନାମ କରାଯାଉଥିବା ନେଇ ସୂଚନା ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ସଂସ୍ଥା ଦୀର୍ଘ ବର୍ଷ ଧରି ଭଦ୍ରକ ମେଡିକାଲରେ ସିକ୍ୟୁରିଟି ଗାର୍ଡ ଯୋଗାଇ ନିରବଚ୍ଛିନ୍ନ ଭାବେ କାର୍ୟ୍ୟ ତୁଲାଇ ଆସିଛି । ମାତ୍ର ଏହାର କାର୍ୟ୍ୟକାଳ ପୂରଣ ପରେ ଗତ ୨୦୧୯ ମସିହାରେ ପୁନଃ ନବୀକରଣ କରାଯାଇ କାର୍ୟ୍ୟଭାର ଅର୍ପଣ କରାଯାଇଥିଲା । ମାତ୍ର ୨୦୨୦ରେ କରୋନା ଜନିତ ଏହାର ନବୀକରଣ ହୋଇ ନଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ନୂତନ କାର୍ୟ୍ୟବର୍ଷ ପାଇଁ ଟେଣ୍ଡର ଆହ୍ବାନ କରିଥିଲେ । ଯେଉଁଥିରେ ସାରଳା ସିକ୍ୟୁରିଟି ଏଜେନ୍ସି ଭାଗ ନେଇ ନ ଥିଲା । ମାତ୍ର ଏହି ଟେଣ୍ଡରରେ ଭାଗ ନେଇଥିବା ଭବାନୀ ସିକ୍ୟୁରିଟି ଏଜେନ୍ସୀ ଆକ୍ରୋଶମୂଳକ ଭାବେ ସାରଳା ଏଜେନ୍ସୀକୁ ବଦନାମ କରିବା ପାଇଁ ଯାବତୀୟ ମିଥ୍ୟା ଆରୋପ ଲଗାଇଥିବା ଅଭିଯୋଗ କରିଛନ୍ତି ।





