ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଅପରାହ୍ନରେ ମା’ ଦକ୍ଷିଣକାଳୀଙ୍କ ପଡିଆରେ ମା’ ଦକ୍ଷିଣକାଳୀ ଭଲିବଲ କ୍ଲବ ଆନୁକୁଲ୍ୟରେ ୪ର୍ଥ ଶୁଭମ ମେମୋରିଆଲ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ସମାଜସେବୀ ପ୍ରମୋଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଷ୍ଟଦିବସୀୟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ୧୬ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆଠଗୋଟି ଦଳ ଅଂଶ ଗ୍ରହର କରିବେ ବୋଲି କ୍ଲବର ସଭାପତି ରାଜା ପଟ୍ଟନାୟକ ଏବଂ ସମ୍ପାଦକ ମାନସ ପ୍ରିତମ ସୁଚନା ପ୍ରଦାନ କରିଥିଲେ । ପୁରୁଣା ସହରର ବହୁବ୍ୟକ୍ତି ଏବଂ ଯୁବ ଖେଳାଳୀଙ୍କ ସଦ୍ଯୋଗରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ପ୍ରଥମ ଖେଳରେ କୋମଣ୍ଡ ଭଲିବଲ ଆସୋସିଏସନ ଏବଂ ଭାଟସାହି ଭଲିବଲ କ୍ଲବ ମଧ୍ୟରେ ଖେଳ ଆରମ୍ଭ ହୋଇଛି ।






