ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ପୁଲିସ ବିଭାଗ ଚଳିତ ବର୍ଷର ଜିଲ୍ଲା ପୁଲିସ ପୁରସ୍କାର ପ୍ରଦାନ କରିଛି । ଆଜି ପୁଲିସ ମୁଖ୍ୟାଳୟରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ଚଳିତ ବର୍ଷର ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଗଣିଆ ଥାନାରେ କାର୍ଯ୍ୟରତ ଓଆଇସି ତଥା ଏସ୍ଆଇ ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ଏସ୍ଆଇ ଭାବେ ପୁରସ୍କତ କରାଯାଇଥିବା ବେଳେ ହରହର ସାମନ୍ତରାୟଙ୍କୁ ଶ୍ରେଷ୍ଠ ଏଏସ୍ଆଇ, ବିଶ୍ୱ ମୋହନ ମହାନ୍ତିଙ୍କୁ ଶ୍ରେଷ୍ଠ ହାବିଲ୍ଦାର, ତୁଷାରକାନ୍ତ ନାୟକଙ୍କୁ ଶ୍ରେଷ୍ଠ କନେଷ୍ଟବଳ, ଅଶୋକ କୁମାର ଦୋରାଙ୍କୁ ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ, ଭାସ୍କର ଚନ୍ଦ୍ର ସାହୁଙ୍କୁ ଶ୍ରେଷ୍ଠ ଏପିଆର୍ ଭାବେ ପୁରସ୍କୃତ କରାଯାଇଛି । ଅପ୍ରେଲ ପହିଲା ପୁଲିସ ପ୍ରତିଷ୍ଠ ଦିବସରେ ପ୍ରତ୍ୟେକ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ମାତ୍ର କରୋନା କଟକଣା ପାଇଁ ଚଳିତ ବର୍ଷ ପ୍ରତିଷ୍ଠା ଦିବସ ପାଳିତ ହୋଇନଥିବାରୁ ଆଜି ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟରେ ଶ୍ରେଷ୍ଠତ୍ୱ ଅର୍ଜ୍ଜନ ପୁଲିସ କର୍ମଚାରୀଙ୍କୁ ପୁରସ୍କୃତ କରିଛନ୍ତି ।






