Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

by ସଞ୍ଜୟ ସ୍ୱାଇଁ
April 18, 2026
in Nayagarh
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ
43
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଅନୁଷ୍ଠିତ ହୋଇଯାଇଛି । ଏଥି ସହ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ‌ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା‌ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ, ଡିଏସଡବ୍ଲ୍ୟୁଓ, ପିଓ, ଡିସି ପୋଷଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଡିଏସଡବ୍ଲୁଓ  ସ୍ୱାଗତ ଭାଷଣ ରଖିଥିବା ବେଳେ ଜିଲ୍ଲାପାଳ କାର୍ଯ୍ୟକ୍ରମ ବିଷୟରେ  ମହିଳା ମାନେ, କିଶୋରୀ ମାନେ ଏବଂ ସେମାନଙ୍କ ‌ପରିଵାର‌ରେ ସମସ୍ତେ ‌ଅଵଗତ ହେବା ଦରକାର ବୋଲି ପ୍ରକାଶ କରିଥିଲେ। ସେହିପରି ମାଆ  କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ସୁସ୍ଥ ଶିଶୁ ଦେଶର ବିକାଶରେ ସହାୟକ ହୋଇଥାଏ। ଆଜିକାଲି ମା ମାନେ ପିଲାମାନଙ୍କୁ ମୋବାଇଲ ଫୋନ ଧରାଉଛନ୍ତି, ଯାହା ଫଳରେ ପିଲାମାନେ ବିଭିନ୍ନ ପ୍ରକାର ରୋଗ ର ଶିକାର ‌ହେଉଛନ୍ତି । ପୁଷ୍ଟି କର ଖାଦ୍ୟ ଖାଇବା ଆବଶ୍ୟକ। ଏ‌ ସବୁ ଦିଗରେ  ମା ମାନଙ୍କୁ ସଚେତନ କରିବା  ଏହି ବିଭାଗ ର ଦାୟିତ୍ୱ ରହିଛି । ସେହିପରି ମଞ୍ଚାସିନ ଅଧିକାରୀ ମାନେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରେସିପି ଡେମୋନଷ୍ଟ୍ରେସନ, ପୋଷଣ ଉପରେ ଚର୍ଚ୍ଚା ଏବଂ କାର୍ଯ୍ୟଶାଳା ପରି କାର୍ଯ୍ୟକଳାପ ମାନ ଆୟୋଜନ କରାଯାଇଥିଲା, ଯାହା ମାଧ୍ୟମରେ ଜନସାଧାରଣଙ୍କୁ ପ୍ରଥମ ଛଅ ବର୍ଷରେ ମସ୍ତିଷ୍କ ବିକାଶକୁ ସର୍ବାଧିକ କରିବା ବିଷୟରେ ସଚେତନ କରାଯାଇଥିଲା। ସମସ୍ତ ଜିଲ୍ଲା ସ୍ତରୀୟ କର୍ମଚାରୀ, ସମସ୍ତ ସିଡିପିଓ ମାନେ, ସୁପରଭାଇଜର ମାନେ, ବ୍ଲକ କୋଅର୍ଡିନେଟର ମାନେ ଏବଂ ଡବ୍ଲ୍ୟୁଏସଏଚଜି ସଦସ୍ୟମାନେ ଯୋଗଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!