Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଔଷଧ ଏବଂ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ

by ସଞ୍ଜୟ ସ୍ୱାଇଁ
May 21, 2021
in Nayagarh
ଔଷଧ ଏବଂ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ
306
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ଼ଙ୍କ ଅଧ୍ୟକ୍ଷତାରେ ଗୁଗୁଲ ମିଟ୍ ମାଧ୍ୟମରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଟକ ସାଂସଦ ଭର୍ତୃହରି ମହତାବ, ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ସତ୍ୟନାରାୟଣ ପ୍ରଧାନ, ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରମୂଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯଥା ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସାମୁଦ୍ରିକ ଝଡ଼ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ଜିଲ୍ଲାପାଳ ଡା. ଟୁଡୁ ପୂର୍ବ ପ୍ରସ୍ତୁତି ପାଇଁ ଆଲୋଚନା କରିଥିଲେ । ନୟାଗଡ଼ରେ କୋଭିଡ୍ର ନିୟନ୍ତ୍ରଣ ସଂପର୍କରେ ଆଲୋଚନା କରି ଖଣ୍ଡପଡ଼ା ଓ ଚାନ୍ଦପୁର ଠାରେ ଥିବା କୋଭିଡ୍ ହସପିଟାଲରେ ଆବଶ୍ୟକ ଅକ୍ସିଜେନ ସିଲିଣ୍ଡର ମହଜୁଦ ରହିଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । କୋଭିଡ୍ ରୋଗୀଙ୍କ ଆଶୁ ଚିକିତ୍ସା ପାଇଁ ବେଡ୍ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ ଅଛି । ଯେଉଁମାନେ ହୋମଆଇସୋଲେସନରେ ଅଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ସୂଚନା ଦେଇଥିଲେ । ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ କଂଟ୍ରୋଲ ରୁମକୁ ପରିଚାଳନା କରିବା ସହିତ ମୋବାଇଲ ଗୁଡ଼ିକୁ ସର୍ବଦା ସକ୍ରିୟ ରଖିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ କହିଥିଲେ । ଗଣିଆ, ଛାମୁଣ୍ଡିଆ, ଭାପୁର ଆଦି ଅଞ୍ଚଳରେ ପାୱାର ବୋଟ୍ ଏବଂ ଦେଶୀ ଡଙ୍ଗା ଗୁଡ଼ିକୁ ସକ୍ରିୟ ରଖିବା ପାଇଁ ସଂପୃକ୍ତ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଡିଓମାନେ ସଂପୃକ୍ତ ପଞ୍ଚାୟତ ଅଧ୍ୟକ୍ଷ ଏବଂ ଅଧିକାରୀମାନଙ୍କୁ ଡକାଇ ପ୍ରତି ଶୁକ୍ରବାର ଦିନ ଏକ ଟାକ୍ସ ଫୋର୍ସ ମିଟିଙ୍ଗ୍ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସିଡିଏମଓ, ସିଡିଭିଓ ଏବଂ ସିଏସଓ ନିଜ ନିଜ କାର୍ଯ୍ୟକୁ ପ୍ରାକୃତିକ ବିପର୍ଯୟ ସମୟରେ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ସ୍ଥାନରେ ଚୁଡ଼ା, ଗୁଡ଼, ମହମବତୀ, ଦିଆସିଲ, କିରୋସିନ ଆଦି ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ସେହିଭଳି ଭାବେ ଆବଶ୍ୟକୀୟ ଓଆରଏସ, ସାପ କାମୁଡ଼ା ଔଷଧ ଆଦି ମହଯୁଦ ରଖିବା ପାଇଁ କହିଥିଲେ । ସିଡିଭିଓ ପ୍ରାଣୀମାନଙ୍କ ପାଇଁ ଖାଦ୍ୟ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ବୈଠକରେ ବିବରଣୀ ପାଠ କରିବା ସହିତ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରି ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ ସଜାଗ ରହିବା ନିମନ୍ତେ ସମସ୍ତ ପଦାଧିକାରୀଙ୍କୁ କହିଥିଲେ ।

କାହାକୁ ଟୀକା ଦିଆଯିବ, କେତେ ଟୀକା ଆଜି ସୁଦ୍ଧା ଆସିଛି ସେ ସଂପର୍କରେ ବିବରଣୀ ପ୍ରଦାନ କରିବା ପାଇଁ କଟକ ସାଂସଦ ବୈଠକରେ ମତ ରଖିଥିଲେ । ପ୍ରାକୃତିକ ବିପର୍ଯ୍ୟୟକୁ କିପରି ମୁକାବିଲା କରାଯିବ ସେଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ବନ୍ୟା ସମୟରେ ନଦୀବନ୍ଧ ଯେପରି ଭାଙ୍ଗି ନ ଯିବ, ମହାନଦୀ କୂଳରେ ଥିବା ଦୁର୍ବଳ ସ୍ଥାନମାନଙ୍କର ସୁବ୍ୟବସ୍ଥା କରିବା ପାଇଁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ବନ୍ୟା ସମୟରେ ପାଣି ପଶି ଯେପରି ଘରଦ୍ୱାର ଭାଙ୍ଗି ନ ଯାଏ ଗାଁଗୁଡ଼ିକ ବିପଦର ସମ୍ମୁଖୀନ ନ ହୁଏ ସେଥିପାଇଁ ଆବଶ୍ୟକ ସ୍ଥାନମାନଙ୍କରେ ଆଡ଼ିବନ୍ଧ ବ୍ୟବସ୍ଥା କରିବା ପାଇଁ ଶ୍ରୀଯୁକ୍ତ ମହତାବ କହିଥିଲେ । ପାନୀୟଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ସଜାଗ ରହି କାର୍ଯ୍ୟ କରିବାକୁ ସଂପୃକ୍ତ ଖଣ୍ଡପଡ଼ା ବିଧାୟକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅଧିକାରୀମାନେ ମହାମାରୀ ସମୟରେ ମନୋବଳକୁ କମ ନ କରି ସଦା ସଜାଗ ରହି ଅନ୍ୟମାନଙ୍କୁ ସଜାଗ ହେବା ପାଇଁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶେଷ କରି ପାନୀୟଜଳର ସୁବ୍ୟବସ୍ଥା କରିବା ପାଇଁ ନଳକୂଅଗୁଡ଼ିକ ଶୀଘ୍ର ମରାମତି କରିବା ପାଇଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ କହିଥିଲେ । ମାନ୍ୟବର ବିଧାୟକ ଦଶପଲ୍ଲା ଗଣିଆ ବ୍ଲକରେ ସମ୍ଭାବ୍ୟ ବନ୍ୟା ପାଇଁ ବିହିତ ପଦକ୍ଷେପ ନେବା ପାଇଁ ମତବ୍ୟକ୍ତ କରିଥିଲେ । ଦଶପଲ୍ଲା ବ୍ଲକରେ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ଏବଂ କୋଭିଡ୍ ଟୀକା ହିତାଧିକାରୀମାନଙ୍କୁ ଯୋଗାଇ ଦେବା ପାଇଁ ମତ ପ୍ରକାଶ କରିଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!