Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ମୁନା ତ୍ରିପାଠୀ

by ସଞ୍ଜୟ ସ୍ୱାଇଁ
January 17, 2024
in Politics, State
ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ମୁନା ତ୍ରିପାଠୀ
88
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ସାଧାରଣ ନିର୍ବାଚନ ପୂର୍ବରୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସକୁ ଶକ୍ତ ଝଟକା । ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ମୁନା ତ୍ରିପାଠୀ । ହ୍ବାଟ୍‌ସଆପ୍ ମାଧ୍ୟମରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ନିଜ ବ୍ୟକ୍ତିଗତ ଓ ପାରିବାରିକ କାରଣରୁ ପଦ ଛାଡିଥିବା ମୁନା ତ୍ରିପାଠୀ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଦଳରେ ରହି ଏକ ଶୃଙ୍ଖଳିତ କଂଗ୍ରେସ କର୍ମୀ ଭାବେ କାର୍ଯ୍ୟ କରିବେ ବୋଲି ମୁନ୍ନା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ଗତ ୧୯୮୪ ମସିହାରେ କଂଗ୍ରେସ ଦଳରେ ଯୋଗଦେଇଥିଲେ ମୁନା ତ୍ରିପାଠୀ । ଏହି ଦୀର୍ଘ ୪୦ ବର୍ଷ ମଧ୍ୟରେ ସେ କଂଗ୍ରେସ ଦଳର ଦୁଇ ଥର ପିସିସି ସମ୍ପାଦକ, ଅବିଭକ୍ତ କୋରାପୁଟ ଜିଲ୍ଲା ୟୁଥ କଂଗ୍ରେସର ଉପସଭାପତି, ନବରଙ୍ଗପୁର ଜିଲ୍ଲା ୟୁଥ କଂଗ୍ରେସ ସଭାପତି ଏହିଭଳି ବିଭିନ୍ନ ପଦପଦବୀରେ ରହିଥିଲେ । ଗତ ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୭ ବର୍ଷ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରୁଥିଲେ । ଏଥିସହ ୩ ଥର ଛତିଶଗଡ଼ ରାଜ୍ୟର ପ୍ରଭାରୀ ଦାଇତ୍ୱରେ ମଧ୍ୟ ରହିଥିଲେ । ମସିହା ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ କଂଗ୍ରେସରୁ ଇସ୍ତଫା ପରେ ଦୁର୍ବଳ ହୋଇପଡିଥିବା ଜିଲ୍ଲା କଂଗ୍ରେସକୁ ସଜାଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମୁନା । ତେବେ ହଠାତ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ବ୍ୟକ୍ତିଗତ ଓ ପାରିବାରିକ କାରଣରୁ ଦଳର ସଭାପତି ପଦରୁ ଇସ୍ତଫା ଦେଇଥିବା ମୁନା ତ୍ରିପାଠୀ କହୁଥିଲେ ମଧ୍ୟ ବିଗତ ଦିନରେ ମୁନା ତ୍ରିପାଠୀଙ୍କ ବିରୋଧରେ ଜିଲ୍ଲା ସ୍ତରୀୟ କଂଗ୍ରେସ କର୍ମୀ ପିସିସି ସଭାପତିଙ୍କୁ ଦେଇଥିବା ଅଭିଯୋଗ ଏହାର କାରଣ ନୁହେଁ ତ, ବୋଲି ଏବେ ନବରଙ୍ଗପୁର ଜିଲ୍ଲାରେ ଚର୍ଚ୍ଚା ଚାଲିଛି । ସେ ଯାହାହେଉ ମୁନା ତ୍ରିପାଠୀଙ୍କ ଇସ୍ତଫା ପରେ ଜିଲ୍ଲା କଂଗ୍ରେସ ଦୁର୍ବଳ ହୋଇପଡିବ ନିଶ୍ଚୟ । ମୁନା ତ୍ରିପାଠୀଙ୍କ ଇସ୍ତଫା ପରେ ଘରକୁ ଶୁଭେଚ୍ଛୁଙ୍କ ସୁଅ ଛୁଟୁଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!