ଭଦ୍ରକ, (ବାଘୁଆବାର୍ତ୍ତା): ଦିଲ୍ଲୀସ୍ଥିତ ବାସଭବନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଭଦ୍ରକ ଜିଲ୍ଲାର ପ୍ରମୁଖ ଦାବି ନେଇ ଆଲୋଚନା କରିଛନ୍ତି ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ । ସାକ୍ଷାତ ସମୟରେ ଜିଲ୍ଲାବାସୀଙ୍କ ୨ ଗୋଟି ପ୍ରମୁଖ ଦାବି ଉପସ୍ଥାପନା କରିଥିଲେ ଜିଲ୍ଲା ସଭାପତି । ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଓ ଅନ୍ୟ ଦାବି ହେଲା ଭଦ୍ରକରୁ ଧାମରା ରେଳ ଚଳାଚଳ ଆରମ୍ଭ କରିବା । ତେବେ ଖୁବଶୀଘ୍ର ଦାବି ପ୍ରତି ଗୁରୁତ୍ବ ଦେବା ସହ ସମାଧାନ ଦିଗରେ କାର୍ୟ୍ୟ କରିବେ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ ।






