Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଶୋଭାର ମିଳିତ ଆନୁକୂଲ୍ୟରେ ଜୟପୁର ଜିଲ୍ଲା କୋର୍ଟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରାର ଶୁଭାରମ୍ଭ

by ସଞ୍ଜୟ ସ୍ୱାଇଁ
October 9, 2021
in State
ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଶୋଭାର ମିଳିତ ଆନୁକୂଲ୍ୟରେ ଜୟପୁର ଜିଲ୍ଲା କୋର୍ଟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରାର ଶୁଭାରମ୍ଭ
24
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଶୋଭାର ମିଳିତ ଆନୁକୂଲ୍ୟରେ ଜୟପୁର ଜିଲ୍ଲା କୋର୍ଟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରାର ଶୁଭାରମ୍ଭ ହୋଇଛି। ଏହି ଯାତ୍ରାରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଗାୟତ୍ରୀ ଦେବୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥିଭାବେ ପାରିବାରିକ କୋର୍ଟର ଜଜ ପବିତ୍ର ମୋହନ ସାମଲ ଯୋଗଦେଇ ପତାକା ଦେଖାଇ ଶିଶୁ ସମ୍ପର୍କ ରଥର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଜଜ ରାଜେଶ କୁମାର ନାୟର, ସ୍ୱତନ୍ତ୍ର ଜଜ ପୋକ୍ସ କୋର୍ଟ ପ୍ରଦୀପ କୁମାର ସାସମଲ, ରେଜିଷ୍ଟାର ସତର କୁମାର ଜେନା, ଏସଡ଼ିପିଓ ଅରୁପ ଅଭିଷେକ ବେହେରା ଯୋଗଦେଇ ଶିଶୁମାନଙ୍କ ଅଧିକାର ବିଷୟରେ କହିଥିଲେ। ଯାତ୍ରାରେ ଜୟପୁର ବ୍ଲକର ଶିଶୁ ସୁରକ୍ଷା ପାଇଁ କାର୍ୟ୍ୟରତ ସମସ୍ତ ଅଧିକାରୀ, ପୋଲିସ୍, ଏସଜେପିୟୁ ମେମ୍ବର, ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ, ସିଡ଼ିପିଓ ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। କୋରନା ମହାମାରୀରେ ଅନେକ ଶିଶୁଙ୍କ ଭବିଷ୍ୟତ ନଷ୍ଟ ହୋଇଯାଇଛି। ଶିଶୁ ସମ୍ପର୍କ ଯାତ୍ରା ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଦ୍ୱାରା ରଥ ବାହାରି ଜୟପୁର ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ ଏବଂ ବ୍ଲକର ବିଭିନ୍ନ ପଞ୍ଚାୟତ ପରିକ୍ରମା କରିବ। ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା, ବିକାଶ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ଥିବା ବିଭିନ୍ନ ଆଇନ ବିଷୟରେ ସାମୂହିକ ଜନ ସଚେତନତା କରାଯିବ। ଆଇନଜୀବୀ ପି ସନସ୍ୟା ରାଓଙ୍କ ପ୍ରଚେଷ୍ଟାରେ ସୁଶ୍ରୀ ଲୋରି ଲୋପାମୁଦ୍ରା ଜେନା ନୃତ୍ୟ ପରିବେଷଣ କରିଥିଲେ। ଶୋଭା ସଂସ୍ଥାର ଚାଇଲ୍ଡ ଲାଇନ କୋଡ଼ିନେଟର ବିଜୟ କୁମାର ପଟ୍ଟନାୟକ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!