କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ହଷ୍ଟେଲରେ ଖାଦ୍ୟ ଖାଇ ୧୫ରୁ ଉର୍ଦ୍ଧ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ୮ ଜଣ ଛାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ଜଣ ଛାତ୍ରୀ ଏବେ ବି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ଖେଳ ପ୍ରତିଯୋଗିତା ଥିଲା। ପିଲାମାନେ ଖେଳ ସାରି ହଷ୍ଟେକୁ ଯାଇ ସେଠାରେ ଖାଦ୍ୟ ଖାଇଥିଲେ। ହଠାତ୍ ସନ୍ଧ୍ୟା ସମୟରେ ୧୫ ଜଣ ଛାତ୍ରୀ ସୁସ୍ଥ ହୋଇପଡ଼ିଥିଲେ। ସମସ୍ତଙ୍କୁ ଝାଡାବାନ୍ତି ହୋଇଥିଲା। ପରେ ସମସ୍ତ ଛାତ୍ରୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହଷ୍ଟେଲ ୱାଡେନ ପ୍ରିୟଦର୍ଶନୀ ମହାନ୍ତ କହିଛନ୍ତି, ପିଲାମାନଙ୍କୁ କ’ଣ ପାଇଁ ଝାଡ଼ାବାନ୍ତି ହେଲା, କିଛି ଜଣା ପଡ଼ିନାହିଁ। ପ୍ରତିଦିନ ହଷ୍ଟେଲରେ ରୋଷେଇ ହୋଇଥିବା ଖାଦ୍ୟ ପିଲାମାନେ ଖାଇଥାନ୍ତି। ପିଲାମାନେ ବାହାର ଖାଦ୍ୟ ଖାଇ ଏପରି ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି କି, ଆଉ କ’ଣ ପାଇଁ ହୋଇଛି ସଠିକ୍ ଜଣାପଡ଼ିନାହିଁ।






