Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମାକାରୀଙ୍କୁ ଆଶ୍ୱସ୍ତି:ବ୍ୟାଙ୍କ ଡୁବିଲେ ବି ୯୦ ଦିନରେ ମିଳିବ ଟଙ୍କା

by ସଞ୍ଜୟ ସ୍ୱାଇଁ
July 28, 2021
in Business
ଜମାକାରୀଙ୍କୁ ଆଶ୍ୱସ୍ତି:ବ୍ୟାଙ୍କ ଡୁବିଲେ ବି ୯୦ ଦିନରେ ମିଳିବ ଟଙ୍କା
193
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବ୍ୟାଙ୍କ ଜମାକାରୀଙ୍କ ପାଇଁ ବଡ଼ ଘଷୋଣା । ଏଣିକି ମିଳିଲା ଜମାକାରୀଙ୍କୁ ଆଶ୍ୱସ୍ତି । ଜମାକାରୀ ଜମା କରୁଥିବା ବ୍ୟାଙ୍କ ଡୁବିଗଲେ ବି ୯୦ ଦିନରେ ସେହି ଜମାକାରୀଙ୍କୁ ୫ଲକ୍ଷ ଟଙ୍କା ମିଳିବ । ଯେଉଁ ବ୍ୟାଙ୍କ ଉପରେ ଆରବିଆଇ ପକ୍ଷରୁ କୌଣସି କଟକଣା କି ମୋରାଟରିୟମ ଲାଗୁ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ(ଡିଆଇସିଜିସି) ଆକ୍ଟରେ ସଂଶୋଧନକୁ ମଞ୍ଜୁରୀ ଦିଆଯାଇଛି । ଉଲ୍ଲେଖନୀୟ, କୌଣସି ବ୍ୟାଙ୍କ ଦେବାଳିଆ ହେଲେ କିମ୍ବା ଏହାର ଲାଇସେନ୍ସ ରଦ୍ଦ ହେଲେ ଉକ୍ତ ବ୍ୟାଙ୍କର ଜମାକାରୀଙ୍କ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରାଶି ସୁରକ୍ଷିତ ରହିବ । ପୂର୍ବେ ଏହାର ସୀମା ୧ ଲକ୍ଷ ଟଙ୍କା ଥିଲା । ବୈଠକ ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି ଯେ, ଏବେ କୌଣସି ବ୍ୟାଙ୍କ ଦେବାଳିଆ ହେଲେ କିମ୍ବା ଏହାର ଲାଇସେନ୍ସ ରଦ୍ଦ ହେଲେ କିମ୍ବା ଆରବିଆଇ ଦ୍ଵାରା କୌଣସି କଟକଣା ଲାଗୁ ହୋଇଥିଲେ ଉକ୍ତ ବ୍ୟାଙ୍କର ଜମାକାରୀଙ୍କୁ ୯୦ ଦିନ ଭିତରେ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜମା ମିଳିବାର ପୂରା ପ୍ରକ୍ରିୟା ପୂରା ହେବ । ଅର୍ଥ ମନ୍ତ୍ରୀ କହିଛନ୍ତି, ସଙ୍କଟଗ୍ରସ୍ତ ବ୍ୟାଙ୍କ ମାମଲାରେ ପ୍ରଥମେ ୪୫ ଦିନ ଭିତରେ ସମସ୍ତ ଖାତାର ସୂଚନା ସଂଗ୍ରହ କରାଯିବ ଏବଂ ଏହାକୁ ଡିଆଇସିଜିସିକୁ ପ୍ରଦାନ କରାଯିବ। ଡିଆଇସିଜିସି ସେହି ସବୁ ଖାତାଗୁଡିକୁ ଯାଞ୍ଚ କରିବ ଏବଂ ପୁଣି ଆଗାମୀ ୪୫ ଦିନ ଭିତରେ ଜମାକାରୀଙ୍କୁ ୫ ଲକ୍ଷ ପର୍ୟ୍ୟନ୍ତ ଟଙ୍କା ଦେବା ପ୍ରକ୍ରିୟା ପୂରା କରାଯିବ। ସୀତାରମଣ କହିଛନ୍ତି, ପ୍ରତିଟି ବ୍ୟାଙ୍କରେ ବାସ୍ତବରେ ଜମା ରାଶିର ୧୦୦ ଟଙ୍କା ପାଇଁ ୧୦ ପଇସାର ପ୍ରିମିୟମ ରହୁଥିଲା। ଏହାକୁ ବଢାଯାଇ ଏବେ ୧୨ ପଇସା କରାଯାଇଛି । ଏହା କୌଣସି ବି ସମୟରେ ପ୍ରତି ୧୦୦ ଟଙ୍କାରେ ୧୫ ପଇସାରୁ ଅଧିକ ହେବା ଉଚିତ୍ ନୁହେଁ । ଡିଆଇସିଜିସି ବିଲ୍ ୨୦୨୧ ଆଧାରରେ ସମସ୍ତ ଜମା ଉପରେ ୯୮.୩୦ ପ୍ରତିଶତ କଭର ଦିଆଯିବ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!