Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିଏନଏ ରିପୋର୍ଟ ଧରି ଦିନେଶ ଦୁଆରେ ଦୀପିକାର ଧାରଣା, ଜନ୍ମିତ ଶିଶୁର ବାପା ହେଉଛନ୍ତି ଦିନେଶ

by ସଞ୍ଜୟ ସ୍ୱାଇଁ
August 11, 2023
in Crime, State
ଧାରଣାରେ ବସିଥିଲେ ଦିପିକା, ଲଙ୍କା ଗୁଣ୍ଡ ଫିଙ୍ଗିଲେ
176
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବହୁଚର୍ଚ୍ଚିତ କେ. ଦୀପିକା-ଦିନେଶ ମାମଲା ନୂଆ ମୋଡ଼। ଆସିଲା ଦୀପିକା ଓ ଦିନେଶଙ୍କ ଡିଏନ୍‌ଏ ରିପୋର୍ଟ। ରିପୋର୍ଟରେ ସ୍ପଷ୍ଟ ହେଲା ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ହେଉଛନ୍ତି ଦିନେଶ। ଡିଏନ୍‌ଏ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ପରେ ହାତରେ ଡିଏନ୍‌ଏ ରିପୋର୍ଟ ଓ ଫଟୋ ବ୍ୟାନ୍‌ ଧରି ଘର ସାମ୍ନାରେ ଧାରଣାରେ ବସିଛନ୍ତି। କେ.ଦୀପିକା। ଗତକାଲି ଥାନାରୁ ସାର୍ଟି ଫାଏଡ୍ କପି ଆଣିଥିଲେ ଦୀପିକା । ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ ଲାବ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିଲା।୨୦୨୧ରେ ହୋଇଥିବା ମାମଲା ପ୍ରକାରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା। ୨୦୨୨ରେ ଏହି ରିପୋର୍ଟକୁ ଏସ୍‌ଡିଜିଏମ୍, ବ୍ରହ୍ମପୁର ଏସପି ଓ ଟାଉନ ଥାନାକୁ ଏହି ରିପୋର୍ଟ ପ୍ରଦାନ କରିଥିଲା sfsl। ତେବେ ଏ ଯାଏଁ ଏହି ରିପୋର୍ଟ କୋର୍ଟରେ ଦିଆଯାଇନଥିବା ଅଭିଯୋଗ କରିଥିଲେ ଦୀପିକା। ତେବେ କୋର୍ଟର ଆବଶ୍ୟକତା ଓ ତାଙ୍କ ଓକିଲର ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଇଥିବା କହିଥିଲେ ବ୍ରହ୍ମପୁର ଏସପି ବିବେକ ସରଭନ ଏମ୍। ଉଲ୍ଲେଖ ଯୋଗ୍ୟ, ଗତବର୍ଷ ଜୁଲାଇରେ ଦିନେଶ ଓ ତାଙ୍କ ବାପା-ମା ମହିଳା ଅଧ୍ୟକ୍ଷାଙ୍କ ସାମ୍ନାରେ ଦୀପିକାଙ୍କୁ ବୋହୂ ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଡିଏନ୍‌ଏ ଟେଷ୍ଟରୁ ଯଦି ଶିଶୁପୁତ୍ରଟି ତାଙ୍କର ବୋଲି ପ୍ରମାଣିତ ହୁଏ ତେବେ ଶିଶୁପୁତ୍ରକୁ ଗ୍ରହଣ କରିବେ ବୋଲି ଦିନେଶଙ୍କ ପରିବାରବର୍ଗ କହିଥିଲେ । ଅନ୍ୟପକ୍ଷେ ଦିନେଶଙ୍କ ପରିବାରର ବୋହୂ ହେବା ଜିଦ୍‌ରେ କେ ଦୀପିକା ଅଟଳ ଥିଲେ । ତେବେ ଡିଏନ୍ଏ ରିପୋର୍ଟ ଆସିବା ପରେ କେ. ଦୀପିକା ଦୀନେଶ ଘର ଦ୍ବାର ମୁହିଁରେ ବ୍ୟାନ ଧରି ଧରଣା ବସିଛନ୍ତି। ଏଥି ସହିତ ଶିଶୁପୁତ୍ରକୁ ସହ ସ୍ତ୍ରୀ ଭାବେ ତାଙ୍କୁ ଗ୍ରହଣ କରିବା ଦାବି କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!