ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟୁବନ୍ଧ ପଂଚାୟତରେ କଇଥଗାଡ଼ିଆ ଗ୍ରାମରେ ବାଲୁଙ୍କେଶ୍ୱର ବ୍ୟାଟ ମିଣ୍ଟନ କ୍ଲବ ଆନୁକୂଲ୍ୟରେ ଦିଲୁ ମେମୋରିଆଲ ଟୁନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଦିଲୁ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ଉକ୍ତ ଖେଳରେ ଜିଲ୍ଲାର ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ ଓଡ଼ଗାଁ ବନାମ୍ ଖଣ୍ଡପଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ଗାଁ ଦଳ ବିଜୟ ଲାଭ କରିଛି । ବିଜୟୀ ଦଳକୁ ପାଂଚ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି ଏବଂ ରନର୍ସ ଅଫ ଦଳକୁ ତିନି ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜୁ ଯୁବ ଜନତା ଦଳ ସଭାପତି ରମେଶ କୁମାର ସାହୁ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଂଚ ସତ୍ୟବାନ ନାୟକ, କିଶୋର ମହାନ୍ତି, କିଶୋର ସ୍ୱାଇଁ, ନୟାଗଡ଼ ଏନଏସିର ପୂର୍ବତନ କାଉନଂସିଲର ଅଖିଳ କୁମାର ସ୍ୱାଇଁ ପ୍ରମୂଖ ଯୋଗ ଦେଇଥିଲେ ।