ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ବିଶ୍ୱକପ୍ ହକିକୁ ଅନ୍ୟ ରାଜ୍ୟ ନେବାକୁ ଚେଷ୍ଟା କରୁଥିଲେ । ନବୀନ ବାବୁ ଓଡ଼ିଶାକୁ ଆଣି ପାରିଲେ । ଦ୍ୱିତୀୟ ଥର ଓଡ଼ିଶା ବିଶ୍ୱକପ୍ ହକି ପାଇବା ଆମ ପାଇଁ ଗୈାରବର କଥା । ୨୦୨୩ରେ ଓଡ଼ିଶାକୁ ପର୍ଯ୍ୟଟନ ଓ କ୍ରୀଡ଼ାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବେଶ ଲାଭ ହେବ । ନବୀନବାବୁଙ୍କ ଆନ୍ତରିକତା ଲାଗି ପୁରୀର ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିରର ବିକାଶ ଆମ ପର୍ଯ୍ୟଟନ ଶିଳ୍ପ ପାଇଁ ଲାଭ ଦାୟକ ହେବ । ଏହି ମନ୍ଦିର ଗୁଡ଼ିକର ଉନ୍ନତୀ ପାଇଁ ନବୀନ ବାବୁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ଓଡ଼ିଶାବାସୀ ଓ ଜଗନ୍ନାଥ ପ୍ରେମୀମାନେ କେବେ ବି ଭୂଲି ପାରିବେ ନାହିଁ । ଯେଉଁ ବିମାନ ବନ୍ଦର ଯାଆନ୍ତୁ, କିମ୍ବା ମାଗାଜିନ ଖୋଲନ୍ତୁ ଓଡ଼ିଶା ସଂମ୍ପର୍କରେ ନିଶ୍ଚୟ ଭଲ ଖବର ଦେଖିବାକୁ ପାଇବେ । ଆନ୍ତର୍ଯ୍ୟାତିକ ଫେଷ୍ଟିଭାଲ ଆୟୋଜନ କରି ନବୀନ ବିଶ୍ୱ ଦରବାରରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । ରାଜ୍ୟ ରାଜନୀତିର ହେଭିୱେଟ୍ ନେତା ଦିଲ୍ଲୀପ ରାୟଙ୍କ ତୁଣ୍ଡରେ ନବୀନଙ୍କ ପ୍ରଶଂସା ଶୁଣିବାକୁ ମିଳିଛି । ଗୋପାଳପୁର ବେଳାଭୂମି ମହୋତ୍ସବ ଖୋଲାମଂଚରୁ ଏଭଳି ବକ୍ତବ୍ୟ ରଖିଛନ୍ତି ଦିଲ୍ଲୀପ । ନବୀନବାବୁ ଓ ଓଡ଼ିଶା ସରକାରକୁ ବିସ୍ତୃତ ଭାବେ ଧନ୍ୟବାଦ ଦେବି ବୋଲି ସେ ଉକ୍ତମଂଚରେ ଖୋଲାଖୋଲି କହିଥିଲେ ।





