ନୟାଗଡ଼, (ବାଘୁଆବାର୍ତ୍ତା): ଓଡିଶାର ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀଙ୍କୁ ରାଜ୍ୟ ସୂଚନା କମିଶନର ସଦସ୍ୟ ଭାବେ ନିଯୁକ୍ତି ଦେବାଲାଗି ଆଜି ନିଷ୍ପତ୍ତି ହୋଇଛି। କମିଶନ ସଦସ୍ୟ ଚୟନ ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ନେଇ ଗଠିତ ଚୟନ କମିଟିର ବୈଠକରେ ଶ୍ରୀ ବିଶୋୟୀଙ୍କ ନାମ ସର୍ବସମ୍ମତ୍ତି କ୍ରମେ ନିର୍ଦ୍ଧାରିତ ହୋଇଛି। ରାଜ୍ୟପାଳଙ୍କ ସ୍ଵୀକୃତି ମିଳିବା ପରେ ସେ ସୂଚନା କମିଶନ ସଦସ୍ୟ ଭାବେ ନିଯୁକ୍ତି ପାଇବେ। ଜଣେ ସାମ୍ବାଦିକ ଭାବେ ସୂଚନା କମିଶନ ସଦସ୍ୟ ଭାବେ ଦାୟିତ୍ଵ ନେବାରେ ଶ୍ରୀ ବିଶୋୟୀ ପ୍ରଥମ। ସେ ‘ଇଣ୍ଡିଆନ୍ ଏକ୍ସପ୍ରେସ୍’, ‘ଏମ୍ବିସି ଟିଭି’ର ପୂର୍ବତନ୍ ଏଡିଟର୍ ଇନ୍ ଚିଫ୍, ଓଡ଼ିଆ ଦୈନିକ ଖବର କାଗଜ ‘ସମୟ’ର ପୂର୍ବତନ ଏଡିଟର୍, ‘ଫାଇନାନ୍ସିଆଲ୍ ଏକ୍ସପ୍ରେସ୍’ର ପୂର୍ବତନ ଓଡ଼ିଶା ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଟେଲିଭିଜନରେ ଜଣେ ରାଜନୈତିକ ସମୀକ୍ଷକ ଭାବରେ ତାଙ୍କର ଆଉ ଏକ ପରିଚୟ ମଧ୍ୟ ରହିଛି।






