Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଲମାନ ଖାନଙ୍କୁ ମାରିବାକୁ ୨୫ ଲକ୍ଷ ଟଙ୍କାର ଡିଲ

by ସଞ୍ଜୟ ସ୍ୱାଇଁ
October 17, 2024
in NATIONAL NEWS
ସଲମାନ ଖାନଙ୍କୁ ମାରିବାକୁ ୨୫ ଲକ୍ଷ ଟଙ୍କାର ଡିଲ
115
VIEWS
Share on FacebookShare on Twitter

ମହାରାଷ୍ଟ୍ର, (ବାଘୁଆବାର୍ତ୍ତା): ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ୨୫ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା। ମହାରାଷ୍ଟ୍ରର ପାନଭେଲ ସ୍ଥିତ ତାଙ୍କ ଫାର୍ମ ହାଉସ ନିକଟରେ ହତ୍ୟା କରିବା ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ପାକିସ୍ତାନରୁ ଏକେ ୪୭ କଣ୍ଟ୍ରାକ୍ଟ କିଲରଙ୍କୁ ଯୋଗାଇ ଦେବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇ ଥିଲା। ଏପରି କିଛି ସାଂଘାତିକ ତଥ୍ୟ ନଭି ମୁମ୍ବାଇ ଦାଖଲ କରିଥିବା ଚାର୍ଜଶିଟରେ ଉଲ୍ଲେଖ କରାଯାଇଛି। ପୁଲିସ୍‌ ଦାଖଲ କରିଥିବା ଚାର୍ଜଶିଟରେ କହିଛି ଯେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ହତ୍ୟା କରିବାକୁ କଣ୍ଟ୍ରାକ୍ଟ ନେଇଥିଲା। କଣ୍ଟ୍ରାକ୍ଟ କିଲରମାନେ ଏକେ ୪୭, ଏକେ ୯୨ ଓ ଏମ ୧୬ ପାକିସ୍ତାନରୁ କିଣିବାକୁ ଯୋଜନା କରିଥିଲେ। ଏଥିସହ ତୁର୍କୀ ନିର୍ମିତ ଜିଗାନା ବନ୍ଧୁକ ମଧ୍ୟ ବ୍ୟବହାର କରିବାକୁ ଯୋଜନା ହୋଇଥିଲା। ଏହି ଜିଗାନା ବନ୍ଧୁକରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟମାନେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସଲମାନଙ୍କୁ ମାରିବା ପାଇଁ ଗ୍ୟାଙ୍ଗ ଲିଡର ୧୮ ବର୍ଷ ବୟସରୁ କମ ପିଲାଙ୍କୁ ଆଣିଥିଲା। ପୁଣେ, ରାଇଗଡ଼, ନଭି ମୁମ୍ବାଇ, ଥାନେ ଓ ଗୁଜରାଟରେ ଏମାନେ ଲୁଚି ଥିଲେ। ହତ୍ୟାକାଣ୍ଡ ପୂର୍ବରୁ ୬୦ର ୭୦ ଜଣ ସଲମାନ ଖାନଙ୍କ ଗିତିବିଧିକୁ ଟ୍ରାକ କରୁଥିଲେ। ବିଶେଷ କରି ବାନ୍ଦ୍ରା ସ୍ଥିତ ଘର, ପାନଭେଲ ଫାର୍ମ ହାଉସ ଓ ଗୋରେଗାଓଁ ଫିଲ୍ମ ସିଟି ଉପରେ ସେମାନଙ୍କ ନଜର ଥିଲା। ଅଗଷ୍ଟ ୨୦୨୩ରୁ ଏପ୍ରିଲ ୨୦୨୪ ମଧ୍ୟରେ ସଲମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା ବୋଲି ଚାର୍ଜଶିଟରେ କୁହାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ ଗୁରୁବାର ହରିୟାଣାର ପାନିପତରୁ ଗିରଫ ହୋଇଥିବା ସୁଖା ଶୁଟର ଅଜୟ କଶ୍ୟପ ଓରଫ ଏକେ ଓ ଷଡ଼ଯନ୍ତ୍ରରେ ସାମିଲ ୪ ଜଣଙ୍କୁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କହିଥିଲା। କଶ୍ୟପ ଓ ତା’ ଟିମ ମିଳିତ ଭାବେ ସଲମାନଙ୍କ ଗତିବିଧି ଉପରେ ନଜର ରଖି ଜାଣିବାକୁ ପାଇଥିଲେ ଯେ ସେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହୁଛନ୍ତି ଓ ବୁଲେଟପ୍ରୁଫ ଗାଡ଼ି ବ୍ୟବହାର କରୁଛନ୍ତି। ତେଣୁ ତାଙ୍କୁ ଉଡ଼ାଇବା ପାଇଁ ଅତ୍ୟାଧୁନିକ ବନ୍ଧୁକର ଆବଶ୍ୟକତା ରହିଛି। ଏଥିପାଇଁ ସୁଖା ପାକିସ୍ତାନ ଭିତ୍ତିକ ବନ୍ଧୁକାର କାରବାରୀ ଡୋଗ୍ରାକୁ ଭିଡିଓ କଲରେ ଯୋଗାଯୋଗ କରିଥିଲେ। ଏହି ସମୟରେ ସେ ତା’କୁ ଏକେ ୪୭ ଓ ଅନ୍ୟ ଅତ୍ୟାଧୁନିକ ବନ୍ଧୁକ ଦେଖାଇଥିଲା। କଥାବାର୍ତ୍ତା ଶେଷ ହେବା ପରେ ଡୋଗ୍ରା ବନ୍ଧୁକ ପଠାଇବାକୁ ରାଜି ହୋଇଥିଲା। ଏଥିପାଇଁ ସେ ଆଗୁଆ ୫୦% ଅର୍ଥ ଦେବ ବାକି ଟଙ୍କା ବନ୍ଧୁକ ପହଞ୍ଚିବା ପରେ ମିଳିବ ବୋଲି କହିଥିଲା। ଯୋଜନା ପ୍ରସ୍ତୁତ ରହିଥିବା ବେଳେ ସମସ୍ତ ଶୁଟର କାନାଡାରେ ଥିବା ଗୋଲ୍ଡି ବ୍ରାର ଓ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇର ନିର୍ଦ୍ଦେଶକୁ ଅପେକ୍ଷା କରି ରହିଥିଲେ। ସଲମାନଙ୍କୁ ହତ୍ୟା କରିବା ପରେ ଶୁଟରମାନେ କନ୍ୟାକୁମାରୀରେ ଏକାଠି ହେବାକୁ ମଧ୍ୟ ଯୋଜନା କରିଥିବା ସମ୍ପର୍କରେ ପୁଲିସ୍‌ ଜାଣିବାକୁ ପାଇଛି। ସେଠାରୁ ସେମାନେ ଡଙ୍ଗା ଯୋଗେ ଶ୍ରୀଲଙ୍କା ଓ ପରେ ସେମାନେ ଏମିତି ଏକ ଦେଶକୁ ଯିବାକୁ ଯୋଜନା କରିଥିଲେ, ଯେଉଁଠି ଭାରତୀୟ ତଦନ୍ତକାରୀ ସଂସ୍ଥା ପହଞ୍ଚି ପାରିବ ନାହିଁ। ସଲମାନଙ୍କ ବାନ୍ଦ୍ରା ସ୍ଥିତ ବାସଭବନ ବାହାରେ ହୋଇଥିବା ଗୁଳିମାଡ଼ର ତଦନ୍ତ କରୁଥିବା ବେଳେ ପୁଲିସ୍‌ ଏପରି ସାଂଘାତିକ ତଥ୍ୟ ହାସଲ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!