ଦିଲ୍ଲୀ, (ବାଘୁଆବାର୍ତ୍ତା ବ୍ୟୁରୋ) : ଦେଶର ହୃଦୟ କୁହାଯାଉଥିବା ଦିଲ୍ଲୀ କେନ୍ଦ୍ର ଶାସିତ ଅଂଚଳରେ ଆଜି ବିଧାନସଭା ନିର୍ବାଚନ ସର୍ଭେ ହୋଇଛି । ଏହି ନିର୍ବାଚନ ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ସର୍ଭେ ଅନୁସାରେ ଦିଲ୍ଲୀରେ ଆମ ଆଦମୀ ପାର୍ଟୀ (ଆପ୍) ସରକାର ଗଢ଼ିବ ବୋଲି ସ୍ପଷ୍ଟ ହୋଇଛି । ଏନ୍ଡି ଟିଭି ସର୍ଭେ ଅନୁସାରେ ୭୦ ଆସନରୁ ଆପ ୪୮ରୁ ଉର୍ଦ୍ଧ୍ୱ ଆସନ ପାଇବ ବୋଲି ଆକଳନ କରାଯାଇଥିବା ବେଳେ ରିପବ୍ଲିକ୍ ଟିଭି ଅନୁସାରେ ୪୮ରୁ ୬୧, ଟାଇମ୍ସ ନାଓ ୪୪ରୁ ଉର୍ଦ୍ଧ୍ୱ, ନ୍ୟୁଜ ଏସ୍କ ୫୩ରୁ ୫୭ ବିଧାନସଭା ଆସନ ଆପ୍ ଦଖଲ କରିବା ବୋଲି ଆକଳନ କରାଯାଇଛି । ଆଜି ଗୋଟିଏ ଦିନରେ ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଶାନ୍ତିପୂର୍ଣ୍ଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୫୨ ପ୍ରତିଶତ ମତଦାନ ହୋଇଛି ।





