Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୀକ୍ଷା ଦେଉଛି ଶିକ୍ଷା, ଜିଲ୍ଲାପାଇଁ ଗର୍ବ ଆଣିଲେ ଶିକ୍ଷକ ଯଶୋବନ୍ତ

by Anil Panda
August 13, 2020
in Breaking, Nayagarh
ଦୀକ୍ଷା ଦେଉଛି ଶିକ୍ଷା, ଜିଲ୍ଲାପାଇଁ ଗର୍ବ ଆଣିଲେ ଶିକ୍ଷକ ଯଶୋବନ୍ତ
711
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : କୋଭିଡ୍-୧୯ ମହାମାରୀର ପ୍ରଭାବରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ କୋମଳମତି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗ୍ରହଣ ପାଇଁ ପ୍ରତିବନ୍ଧକ ସାଜିଛି।ଏହାର ସମାଧାନ ନିମନ୍ତେ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ବ୍ଲକ୍ ରେ ଶିକ୍ଷାସଂଯୋଗ କାର୍ଯ୍ୟକ୍ରମ ଜରିଆରେ ଅନଲାଇନ ପାଠପଢ଼ା ଗତ ତିନିମାସଧରି ଚାଲୁରହିଛି।ତେବେ ଏହାକୁ ସୁଦୂରପ୍ରସାରୀ କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି (OSEPA) “ଦୀକ୍ଷା” ନାମକ ଆପ୍ ଜରିଆରେ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀ ଓ ଅଭିଭାବକ ମହଲରେ ଶିକ୍ଷା ତଥା ବିଦ୍ୟାଳୟ କ୍ରିୟାଶୀଳତା ସହ ଉତ୍ତମ ସମ୍ପର୍କ, ସମନ୍ବୟ ଏବଂ ଭାବବିନିମୟ ଉଦ୍ଦେଶ୍ୟରେ ଏକ ଅଭିନବ ପ୍ରୟାସ କରିଛି।ଶିକ୍ଷକମାନେ ମଧ୍ୟ ଏହି ଆପ୍ ଜରିଆରେ ନିଜ ନିଜ ଶିକ୍ଷଣକାର୍ଯ୍ୟର ସର୍ବମାନ୍ୟ ବିଧି ନିର୍ଦ୍ଧାରଣ କରିପାରିବେ।
ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରୁ ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଯଶୋବନ୍ତ ପଟ୍ଟନାୟକ(ଓଡ଼ଗାଁ ବ୍ଲକ୍)କଳ୍ପନା ପାଣିଗ୍ରାହୀ(ଓଡ଼ଗାଁ ବ୍ଲକ୍) ଓ ଶ୍ୱେତ କୁମାର ମହାକୁଡ଼(ଦଶପଲ୍ଲା ବ୍ଲକ୍) ରାଜ୍ୟ ସ୍ତରୀୟ ଦୀକ୍ଷା ସାଧନକର୍ମୀ ଭାବେ ମନୋନୀତ ହୋଇଛନ୍ତି। ଅଧୁନା ଯଶୋବନ୍ତ ପଟ୍ଟନାୟକଙ୍କ ପ୍ରସ୍ତୁତ ଅଷ୍ଟମଶ୍ରେଣୀ ସାହିତ୍ୟିକା ବହିର “ରୋଗୀସେବା” ଗଦ୍ୟଟିର ଶିକ୍ଷଣ ଭିଡିଓ ଦୀକ୍ଷା ଆପ୍ ରେ ପ୍ରଦର୍ଶିତ ହୋଇ ନୟାଗଡ଼ ଜିଲ୍ଲା, ଓଡ଼ଗାଁ ବ୍ଲକ୍ ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛି।ଏଥିପାଇଁ ତାଙ୍କୁ ବିଭିନ୍ନ ଶିକ୍ଷକ ସଂଗଠନ, ଶିକ୍ଷାବିତ୍ ଓ ଶିକ୍ଷାଧିକାରୀଙ୍କ ତରଫରୁ ଅଭିନନ୍ଦନର ସୁଅ ଛୁଟୁଥିବାବେଳେ ଶ୍ରୀପଟ୍ଟନାୟକ ତାଙ୍କର ଏହି ସଫଳତା ପାଇଁ ଓସେପା ଯୁଗ୍ମ ନିର୍ଦ୍ଦେଶକ ପ୍ରକାଶ କୁମାର ଯୋଶୀ,ସମୀକ୍ଷିକା ବିଦ୍ୟୁଲ୍ଲତା ମିଶ୍ର, ନୟାଗଡ଼ ଜିଲ୍ଲା ଗୁଣାତ୍ମକ ଶିକ୍ଷା ସଂଯୋଜିକା କ୍ରିଷ୍ଣା ମାଝି,ଓଡ଼ଗାଁ ବ୍ଲକ ଶିକ୍ଷାଧିକାରୀ ଡଃ ବସନ୍ତ ନାୟକ, ଶିକ୍ଷୟିତ୍ରୀ କଳ୍ପନା ପାଣିଗ୍ରାହୀଙ୍କ ସମେତ ଅଗଣିତ ଶୁଭେଚ୍ଛୁ ଏବଂ ଶିକ୍ଷା ବିଭାଗରେ କାର୍ଯ୍ୟ କରି ଅବସର ନେଇଥିବା ନିଜ ପିତାମାତାଙ୍କୁ ଏହାର ଶ୍ରେୟ ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!