ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସବୁ ଡିଗ୍ରୀ କଲେଜରେ ଆସନ୍ତାବର୍ଷ ୨୦୨୩ରେ ୭୨ଟି ଛୁଟି ଦିବସ ରହିବ । ତେବେ ସମସ୍ତେ ଏହି ଏକକ ଛୁଟି ତାଲିକାକୁ ପାଳନ କରିବେ । ଏନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାବର୍ଷ ରବିବାରକୁ ଛାଡ଼ିଦେଲେ ମୋଟ ୭୨ଟି ଛୁଟି ଦିବସ ରହିବ । ଏଥିସହି ଇଚ୍ଛାକୃତ ଛୁଟି ତାଲିକା ମଧ୍ୟ ପ୍ରକାଶ କରାଯାଇଛି । ୫ଟି ମଧ୍ୟରୁ ଗୋଟିଏ ଅପ୍ସନାଲ୍ ଛୁଟି କଲେଜର କର୍ମଚାରୀ ନେଇପାରିବେ । ତେବେ ସ୍ଥାନୀୟ ଛୁଟି ସମ୍ପର୍କରେ ସମ୍ପୃକ୍ତ କଲେଜର ଅଧ୍ୟକ୍ଷମାନେ ଘୋଷଣା କରିପାରିବେ ।





