ନୟାଗଡ଼ (ବାଘୁଆବାର୍ତ୍ତା): ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଜିଲ୍ଲା ଡିଜିଟାଲ ମେଡିଆ ଜର୍ନାଲିଷ୍ଟ ଆସୋସିଏସନର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଡ.ସାହୁ ତାଙ୍କ ଅଭିଭାଷଣରେ ସମସ୍ତ ଛାପା ଗଣ ମାଧ୍ୟମ ପ୍ରତିନିଧି, ବୈଦ୍ୟୁତିକ ଗଣମାଧ୍ୟମ ଓ ଡିଜିଟାଲ ୱେବ ମିଡିଆର ସମସ୍ତ ସାମ୍ବାଦିକଙ୍କୁ ସ୍ୱାଗତ କରିଥିଲେ । ସମସ୍ତ ଗଣମାଧ୍ୟମ ପ୍ରତିନିଧି ନିଷ୍ଠାର ସହିତ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ । ସଦାସର୍ବଦା ସତ୍ୟ ପଥରେ ଜିବାପାଇଁ ପରାମର୍ଶ ଦେଇଥିଲେ । ସଚ୍ଚୋଟ ସାମ୍ବାଦିକତା କଲେ ଛୋଟ ହେଉ ବା ବଡ଼ ସେମାନେ ହେଉଛନ୍ତି ମହାନ । ନୟାଗଡ଼ ଜିଲ୍ଲାରେ ନୁତନ ଭାବେ ଗଢ଼ି ଉଠିଥିବା ଉକ୍ତ ଅନୁଷ୍ଠାନ ସଦାସର୍ବଦା ଜନ ସାଧାରଣଙ୍କ ସେବାରେ ନିୟୋଜିତ ରହିବା ପାଇଁ ପରାମର୍ଶ ଦେଇଥିଲେ । ଭାରତ ବର୍ଷରେ ଏବେ ଡିଜିଟାଲର ଯୁଗ ଚାଲିଛି ଏହାକୁ ସଠିକ ରାସ୍ତାରେ ପରିଚାଳନା କରିବା ପାଇଁ ପରାମର୍ଶ ଦେବା ସହ କିଛି ଅସାଧୁ ଲୋକଙ୍କ ଲାଗି ଡିଜିଟାଲରେ କଳଙ୍କ ଲାଗୁଛି । ଅନ୍ୟମାନଙ୍କ ମଧ୍ୟରୁ ରଣପୁର ବିଧାୟକ ସମସ୍ତଙ୍କୁ ସାଧୁବାଦ କରିଥିଲେ । ଆଗକୁ ଉକ୍ତ ଅନୁଷ୍ଠାନ ଅତି ଉଚ୍ଚକୋଟିର ହେଉ ପରାମର୍ଶ ଦେଇଥିଲେ । ଦଶପଲ୍ଲା ବିଧାୟକ ତାଙ୍କ ଅଭିଭାଷଣରେ ନୟାଗଡ଼ ଜିଲ୍ଲାରେ ଏଭଳି ଅନୁଷ୍ଠାନ ଗଢ଼ି ଉଠିଥିବାରୁ ସମସ୍ତ କର୍ମକର୍ତ୍ତା ଓ ଡିଜିଟାଲ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଉକ୍ତ ବୈଠକରେ ସମସ୍ତ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ଉପଦେଷ୍ଟା ଭାବେ ହରିଷ ପ୍ରଧାନ, ସ୍ୱଦେଶ ରଥ, ସଞ୍ଜୟ କୁମାର ସ୍ୱାଇଁ ରହିଥିବା ବେଳେ ସଂଯୋଜକ ଭାବେ ଅଭିମନ୍ୟୁ ମହାରଣା ଓ ରବିନ୍ଦ୍ର ପ୍ରଧାନ ଘୋଷଣା କରାଯାଇଥିଲା । ସଭାପତି ଭାବେ ଅନୱାର ଅଲ୍ଲୀ, ଉପ ସଭାପତି ଭାବେ ଯଜାତି କେଶରୀ ମହାପାତ୍ର, ସମ୍ପାଦକ ଭାବେ କିଷୋର ମହାପାତ୍ର ଙ୍କୁ ଘୋଷଣା କରାଯାଇଥିଲା । ଆଜି ରାମକୃଷ୍ଣ ରଥ ମଞ୍ଚ ପରିଚାଳନା କରିଥିବା ବେଳେ ଆବାହକ ଭାବେ ସମାଜସେବୀ ଗୋଦାବରୀ ସାହୁ ଉପସ୍ଥିତ ରହିଥିଲେ ।





