ଓଡ଼ଗାଁ (ବାଘୁଆବାର୍ତ୍ତା ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆନୁକୂଲ୍ୟରେ ଓଡଗାଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ସହଯୋଗରେ ଆଜି ସ୍ଥାନୀୟ ସାଧାରଣ ସୁବିଧା କେନ୍ଦ୍ର ଠାରେ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରିଜର୍ଭ ବ୍ୟାଙ୍କର ଉପମହାପ୍ରବନ୍ଧକ, ମୁଖ୍ୟ ପରିଚାଳକ ଏବଂ ଅନ୍ୟାନ୍ୟ ଜାତୀୟକରଣ ବ୍ୟାଙ୍କର ପ୍ରତିନିଧି ପ୍ରମୁଖ ଯୋଗ ଦେଇ ମୋବାଇଲକୁ ଆସୁଥିବା ଅଜଣା ବ୍ୟକ୍ତିଙ୍କ କଲ୍ରେ ନିଜର ଆକାଉଣ୍ଟ ନମ୍ବର କିମ୍ବା ଏଟିଏମ୍ କାର୍ଡର ନମ୍ବର ନଜଣାଇବା, ଘରେ ବସି ବ୍ୟାଙ୍କର ନେଣଦେଣ ସୁବିଧା ପାଇପାରିବା, ସାର୍ବଜନିକ ଉପକରଣରେ ନେଣଦେଣ ନକରିବା, ମୁକ୍ତ/ମାଗଣା ନେଟ୍ୱର୍କ ମାଧ୍ୟମରେ ନେଣଦେଣ ନକରିବା, ନିଜର ପାସ୍ୱାର୍ଡ/ପିନ୍/ଓଟିପି/ସିଭିଭି/ୟୁପିଆଇ ପିନ୍ ଆଦି ଅନ୍ୟକୁ ନଦେବା, ନିଜସ୍ୱ ତଥ୍ୟ ଫୋନ୍ରେ ନରଖିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ ।

ଡିଜିଟାଲ ବ୍ୟାଙ୍କିଙ୍ଗ୍ ଦ୍ୱାରା ଗ୍ରାହକମାନେ ଉପକୃତ ହୋଇ ପାରିବେ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଏଠାରେ ସୁଚନା ଯୋଗ୍ୟ ଯେ ଉପରୋକ୍ତ ସଠିକ ସଚେତନତା ଅଭାବରୁ ଅନେକ ସମୟରେ ଓଡଗାଁ ଷ୍ଟେଟ୍ବ୍ୟାଙ୍କର ଗ୍ରାହକ ଏହାର ଶିକାର ହୋଇଥିବାର ନଜିର ରହିଛି । ଏ ସଂପର୍କରେ ସାଧାରଣ ଗ୍ରାହକ ଅଧିକ ସଚେତନ ହେବା ପାଇଁ ଗଣ ମାଧ୍ୟମ ପ୍ରତିନିଧିମାନେ ଅସାବଧାନତା ଯୋଗୁ ଘଟୁଥିବା ଘଟଣା ସମ୍ପର୍କରେ ବାରମ୍ବାର ଖବର ପ୍ରକାଶ କରିଥିବା ସତ୍ୱେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନଥିବା ଉକ୍ତ କାର୍ଯ୍ୟକ୍ରମର ସ୍ୱଚ୍ଛତାକୁନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଯାହାକି ଗଣମାଧ୍ୟମର କିଛି ପ୍ରତିନିଧି ମଧ୍ୟ ଷ୍ଟେଟବ୍ୟାଙ୍କର ଜଣେ ଜଣେ ଗ୍ରାହକ ।





