Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୂର୍ଯ୍ୟବଂଶୀଙ୍କୁ କରୋନା ଭୟ

by ସଞ୍ଜୟ ସ୍ୱାଇଁ
June 1, 2021
in NATIONAL NEWS
ସୂର୍ଯ୍ୟବଂଶୀଙ୍କୁ କରୋନା ଭୟ
200
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଟିଭି ଇଣ୍ଡଷ୍ଟ୍ରିର ବୀରା ତଥା ଲୋକପ୍ରିୟ ଅଭିନତ୍ରେୀ ଦିଗାଙ୍ଗନା ସୂର୍ୟ୍ୟବଂଶୀ । ସେ ଦୀର୍ଘ ଦିନ ହେବ ଟିଭି ଇଣ୍ଡଷ୍ଟ୍ରିଠାରୁ ଦୂରେଇ ବଡ ପରଦାରେ କାମ କରୁଛନ୍ତି । ୨୦୧୮ରେ ଫିଲ୍ମ ଜଳେବି ଓ ଫ୍ରାଇଡେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ତାଙ୍କର ଦମଦାର ଅଭିନୟ ସମସ୍ତଙ୍କ ମନ ଜିଣି ଦେଇଥିଲା। ଏହାପରେ ତାଙ୍କୁ ଅନେକ ପ୍ରୋଜେକ୍ଟରେ କାମ କରିବା ପାଇଁ ଅଫର ହୋଇଥିଲା। ଦିଗାଙ୍ଗନା ଏବେ ଦୁଇଟି ବଡ ବଡ ସାଉଥ ଫିଲ୍ମ ଏବଂ ଦୁଇଟି ବଲିଉଡରେ ଫିଲ୍ମରେ କାମ କରିଛନ୍ତି। ଏହି ଫିଲ୍ମଗୁଡିକୁ ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି । କରୋନା ମହାମାରୀରେ ଲକଡାଉନ ଯୋଗୁଁ ଫିଲ୍ମ ହଲ୍ ସବୁ ବନ୍ଦ ରହିଛି । ଏଭଳି ସ୍ଥିତିରେ ତାଙ୍କ ଫିଲ୍ମ ଥିଏଟର ବଦଳରେ ଡିଜିଟାଲ ପ୍ଲାଟଫର୍ମରେ ଯେପରି ନହୁଏ ସେଥିପାଇଁ ଭୟ କରୁଛନ୍ତି ଦିଗାଙ୍ଗନା। କାରଣ ଓଟିଟି ପ୍ଲାଟଫର୍ମରେ ନିଜ ଫିଲ୍ମର ସଫଳତା ନେଇ ଆଶଙ୍କା କରୁଛନ୍ତି । ବଲିଉଡରେ ନୂଆ କରି କ୍ୟାରିଆର ଆରମ୍ଭ କରୁଛନ୍ତି ଦିଗାଙ୍ଗନା। ସେ ତାଙ୍କ ଅପକମିଂ ଫିଲ୍ମକୁ ନେଇ କେତେ କ’ଣ ଭାବିଥିଲେ । ଫିଲ୍ମଟି ବଡ ପରଦାକୁ ଆସିବ। ହଜାର ହଜାର ସଂଖ୍ୟାରେ ଦର୍ଶକ ହଲ୍‌କୁ ଆସିବେ । ଫିଲ୍ମ ଦେଖିବେ, ଆଉ ତାଙ୍କ ଅଭିନୟକୁ ପ୍ରଶଂସା କରିବେ। ଖୁବ୍‌ଶୀଘ୍ର ବି-ଟାଉନ ଆଗଧାଡିର ନାୟିକାଙ୍କ ମଧ୍ୟରେ ସାମିଲ ହୋଇଯିବେ । କରୋନା ଯୋଗୁଁ ହୋଇଥିବା ଲକଡାଉନ୍ ସବୁ ବିଗାଡି ଦେଇଛି । ସେ ଆଶଙ୍କା କରିଛନ୍ତି ତାଙ୍କ ଫିଲ୍ମ ଯେପରି ବିଗ୍ ସ୍କ୍ରିନ୍‌ରେ ରିଲିଜ ନହୋଇ ଡିଜିଟାଲରେ ରିଲିଜ ହୋଇଯିବ । ଏହା ହେଲେ ତାଙ୍କୁ ବଡ ଧରଣର ସଫଳତା ମିଳିବ ନାହିଁ ବୋଲି ସେ କହିଛନ୍ତି। ସୂଚନା ମୁତାବକ ଦିଗାଙ୍ଗନା ସାଉଥରେ ‘ଭଲାୟମ’ ଏବଂ ବଲିଉଡରେ ‘ଦ ବ୍ୟାଟଲ ଅଫ୍ ଭୀମା କୋରେଗାଓଁ’ ଓ ‘ଡାର୍କ ପାଥ‘ ଫିଲ୍ମର ଅଂଶ । ଦିଗାଙ୍ଗନା ଟିଭି ସିରିଏଲ ‘ବୀର କି ଅରଦାସ୍‌’ରୁ ନିଜ ଅଭିୟନ କ୍ୟାରିଆର ଆରମ୍ଭ କରିଥିଲେ। ଏଥିରେ ତାଙ୍କୁ ବୀରା ଭୂମିକାରେ ଦେଖିବାକୁ ମିଳିଥିଲା। ସେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍ ରେ ଭାଗ ମଧ୍ୟ ନେଇଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!