ଓଡ଼ଗାଁ(ବାଘୁଆବାର୍ତ୍ତା): ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଏଵଂ ସଶକ୍ତିକରଣ ମନ୍ତ୍ରଣାଳୟ ସହାୟତାରେ ସି.ଆର.ଏସ.ଆର ଭଦ୍ରକ ତରଫରୁ ସ୍ଥାନୀୟ ଓଡ଼ଗାଁ ବ୍ଲକ କଲ୍ୟାଣ ମଣ୍ଡପଠାରେ ଦିଵ୍ୟାଙ୍ଗ ସହାୟତା ଉପକରଣ ବଣ୍ଟନ କରାଯାଇଅଛି । ଆଜିର କାର୍ଯ୍ୟକ୍ରମରେ ୩ ଚକିଆ ସାଇକେଲ ୨୦ଟି, ହୁଇଲ ଚେୟାର ୪ଟି, ଶ୍ରବଣ ଯନ୍ତ୍ର ୮ଟି , ସ୍ମାର୍ଟ ଫୋନ ୪ଟି ,କୃତ୍ରିମ ଅଙ୍ଗ ୧୦ଟି,କୃତ୍ରିମ ଉପକରଣ ୬ଟି, ଆଶାବାଡି ୨୦ଟି ଏବଂ ଗୋଟିଏ ରୋଲଟର ବଣ୍ଟନ କରାଯାଇଅଛି ।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟଙ୍କ ସମେତ ଡିଏସଏସ ପ୍ରଭାତ କୁମାର ସାହୁ , ବିଡ଼ିଓ ସ୍ୱାତିଲେଖା ଦାସ, ବ୍ଲକ ଅଧ୍ୟକ୍ଷା ମମତା ବେହେରା ,ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ ,ବି.ଏସ.ଏସ.ଓ ରାଜସ୍ୱିନୀ ପ୍ରଧାନ ,ପ୍ରୋଗ୍ରାମ ଆସିଷ୍ଟାଣ୍ଟ ନୀଳମାଧବ ମିଶ୍ର ,ଏବଂ ଜୁନିୟର କ୍ଳର୍କ ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ୫୦ ଜଣ ଦିଵ୍ୟାଙ୍ଗ ଉପକୃତ ହେଇଥିବା ସୂଚନା ମିଳିଅଛି ।






