Wednesday, July 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସ ହେପାଜତରୁ ସ୍କୁଲ ସଭାପତି ଚମ୍ପଟ ମାମଲା ଏବେ ରାଜନୀତି ଆଡକୁ ମୁହାଁଇବାରେ ଲାଗିଛି

by ସଞ୍ଜୟ ସ୍ୱାଇଁ
October 18, 2021
in Crime, State
ପୋଲିସ ହେପାଜତରୁ ସ୍କୁଲ ସଭାପତି ଚମ୍ପଟ ମାମଲା ଏବେ ରାଜନୀତି ଆଡକୁ ମୁହାଁଇବାରେ ଲାଗିଛି
145
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ପୋଲିସ ହେପାଜତରୁ ସ୍କୁଲ ସଭାପତି ଚମ୍ପଟ ମାରିବା ଘଟଣା ଏବେ ରାଜନୀତି ଆଡକୁ ମୁହାଁଇବାରେ ଲାଗିଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରିବା ପରେ ବି ନ ଥମି ପୁଣି କୁହୁଳୁଛି ମାମଲା । କେସିଙ୍ଗା ଥାନା ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଗତକାଲି ରାତିରୁ ଟିଟିଲାଗଡ଼ ଥାନା ପୋଲିସ ବ୍ୟାରେକରୁ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଚମ୍ପଟ ମାରିଛନ୍ତି । ଏହି ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ‘ମନ୍ତ୍ରୀଙ୍କ ଚାପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଖସାଇ ଦେଇଛି ।’ ତେବେ ୮ ତାରିଖ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ସ୍କୁଲ ଯିବା ବେଳେ ଚନ୍ଦତରା ଛକ ନିକଟରୁ ନିଖୋଜ ହୋଇଥିଲେ । ୧୨ ତାରିଖରେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ବଲାଙ୍ଗିର ପୋଲିସ କଳାହାଣ୍ଡିର ଆସି ସେଠାକାର ପୋଲିସ ସହିତ କଥାବାର୍ତ୍ତା ହେବା ପରେ ସନସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ଉଠାଇ ନେଇଥିଲା । ମହାଲିଙ୍ଗରେ ଛାନଭିନ୍ ପରେ ତାଙ୍କ ଗାଡ଼ି ମଧ୍ୟ ଜବତ ହୋଇଥିଲା । ୧୦ ଦିନ ପରେ ବି ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ଅଛନ୍ତି । ଅପହରଣ ପଛରେ ଗୋବିନ୍ଦ ସାହୁଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଛି । କିନ୍ତୁ ଗତକାଲି ରାତିରୁ ଟିଟିଲାଗଡ଼ ଥାନା ପୋଲିସ ବ୍ୟାରେକରୁ ସେ ଚମ୍ପଟ ମାରିଥିବା ଜଣାପଡିଛି । ଅନ୍ୟପଟେ ଥାନାରୁ ଅଭିଯୁକ୍ତ ଚମ୍ପଟ ମାମଲାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର । ମନ୍ତ୍ରୀ କହିଛନ୍ତି ଯେ, ‘ଆଇନ ତା ବାଟରେ ଯିବ । ବ୍ୟବସ୍ଥା ଉପରେ ବିଶ୍ୱାସ ରହିଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ ।’

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!