Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରେଳ ଧାରଣାରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

by ସଞ୍ଜୟ ସ୍ୱାଇଁ
December 28, 2024
in Crime, State
ବିଲ ନିକଟରେ ଜଣେ ଯୁବକଙ୍କୁ  ପଥର ଛେଚି ହତ୍ୟା
66
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ସ୍ୱାମୀଙ୍କ ସହ କଥା କଟାକଟି ଅତିଷ୍ଠ କଲା। ତେଣୁ ଘର ସଂସାରର ମୋହ ବି ତୁଛ ଲାଗିଲା। ଏପରି ସମୟରେ ବଞ୍ଚିବାଠୁ ମରିବାକୁ ଶ୍ରେୟକର ଭାବି ରାତି ଅଧରେ ଘର ଛାଡ଼ିଲେ ମହିଳା। ଆଉ ଆଜି ସକାଳେ ସେହି ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରେଲୱେ ଟ୍ରାକ୍‌ରୁ ମିଳିଛି। ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଅଞ୍ଚଳରେ ଘଟିଛି। ସିରୋଲ ଗାଁ ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଜଣକ ହେଲେ ୨୫ ବର୍ଷୀୟା କମଳା ରଣା । କମଳା ୮ ବର୍ଷ ପୂର୍ବେ ଟିଟିଲାଗଡ ଥାନା ତେନ୍ତୁଲିଖୁଟି ଗାଁର କୁମାରମଣି ରଣାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ଛୋଟ ଛୁଆ ଅଛନ୍ତି। କୌଣସି କାରଣକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଗତ ରାତିରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କମଳା ଗତ ରାତିରେ ଘରୁ କେଉଁଆଡ଼େ ପଳାଇଥିଲେ। ପରିବାର ଲୋକେ ରାତି ସାରା ଖୋଜାଖୋଜି କରିଥିଲେ ବି ତାଙ୍କ ପତ୍ତା ପାଇ ପାରି ନ ଥିଲେ। ଆଜି ସକାଳୁ ସିରୋଲ ଗାଁ ରେଳ ଧାରଣାରେ ଏକ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଜିଆରପିକୁ ଖବର ଦେଇଥିଲେ। ଜିଆରପି କର୍ମଚାରୀ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହାର ତଦନ୍ତ ଆରମ୍ଭ କରିଛି। ଖବର ପାଇ କମଳା ରଣାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ମାମଲାର ଅଧିକ ତଦନ୍ତ ଚାଲିଥିବା ଜିଆରପି ଅଧିକାରୀ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!