Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟନ୍ ଟନ୍ ଗୋ-ମାଂସ ବୋଝେଇ କଣ୍ଟେନେର ଜବତ, ପଶ୍ଚିମବଙ୍ଗକୁ ହେଉଥିଲା ଚାଲାଣ

by ସଞ୍ଜୟ ସ୍ୱାଇଁ
March 1, 2024
in Crime, State
ଟନ୍ ଟନ୍ ଗୋ-ମାଂସ ବୋଝେଇ କଣ୍ଟେନେର ଜବତ, ପଶ୍ଚିମବଙ୍ଗକୁ ହେଉଥିଲା ଚାଲାଣ
73
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଓଡିଶାରୁ ରାଜ୍ୟ ବାହାରକୁ ବେଧଡ଼କ ଚାଲିଛି ଗୋ-ମାଂସ ବେଆଇନ ଚାଲାଣ । କଟକ ତିଗିରିଆ ଅଞ୍ଚଳରୁ ଢେଙ୍କାନାଳ ଦେଇ ଟନ ଟନ ଚାଲାଣ ହେଉଛି ଗୋ-ମାଂସ । ବିଶେଷ ସୂତ୍ରରୁ ଖବର ପାଇ ଗୁରୁବାର ବିଳମ୍ବିତ ରାତିରେ ଏପରି ଏକ ଗାଡିକୁ ମାଡି ବସିଛି ଢେଙ୍କାନାଳ ଟାଉନ ଥାନା ପୋଲିସ । ସୂତନାଯୋଗ୍ୟ ଯେ, ଆଠଗଡ ତିଗିରିଆ ଅଞ୍ଚଳରୁ ଶଙ୍କରପୁର ଛକ ଓ ଢେଙ୍କାନାଳ ଦେଇ ଗୋମାଂସ ବୋଝେଇ କଣ୍ଟେନେରଟି ପଶ୍ଚିମବଙ୍ଗ କୋଲକତା ଅଞ୍ଚଳକୁ ଯାଉଥିଲା । ବିଶେଷ ସୂତ୍ରରୁ ସୂଚନା ପାଇ ଢେଙ୍କାନାଳ ସହରର କଲେଜ ବାଇପାସରୁ ପିଛା କରଥିଲା ଟାଉନ ପୋଲିସ । ତେବେ ଗୋବିନ୍ଦପୁର ଫାଣ୍ଡି ପୋଲିସ ସହାୟତାରେ ଗୋବିନ୍ଦପୁର ଫାଣ୍ଡି ନିକଟରେ ଏହି କଣ୍ଟେନେରକୁ କାବୁ କରିଥିଲା ପୋଲିସ । ଏହି ଗୋରୁ ବୋଝେଇ କଣ୍ଟେନର ପଛରେ ଯାଉଥିବା ଦୁଇଟି ଗାଡିରେ ମାଂସ ଚାଲାଣ କରି ମାଫିଆମାନେ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ତେବେ ମାଂସ ବୋଝେଇ କଣ୍ଟେନେର ଜବତ କରିଛି ପୋଲିସ । ଗାଡିର ଡ୍ରାଇଭରକୁ ଗିରଫ କରି ଯାଞ୍ଚ କରାଯାଇଛି । ତେବେ ତିଗିରିଆ ଅଞ୍ଚଳରୁ ପ୍ରାୟ ୭ ଟନ୍‌ରୁ ଉର୍ଦ୍ଧ୍ବ ଗୋ-ମାଂସ କୋଲକତା ଅଞ୍ଚଳକୁ ଯାଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ଏହା ପଛରେ ଏକ ଗୋ-ମାଂସ ଚାଲାଣକାରୀ ରାକେଟ କାମ କରୁଥିବା ତଦନ୍ତରୁ ଜଣାପଡିଛି । ତେବେ ଏତେ ମାତ୍ରାରେ ଗୋ-ମାଂସ ଚାଲାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!